Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ ବିଜେପି ସରକାରକୁ  ପୁରିଲା ୧୦୦ ଦିନ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ  ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂଆ ସରକାର। ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର, ଖୋଲିଛି ରତ୍ନଭଣ୍ଡାର। ସୁରକ୍ଷିତ ହୋଇଛି ଓଡିଆ ଅସ୍ମିତା, ଚାଷୀଙ୍କୁ ମିଳିଛି ସମ୍ମାନ...ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା। ବେଆଇନ ମଦ ଭାଟି ଉପରେ ବୁଲୁଛି ବୁଲଡୋଜର। ୧୬ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି ଲୋକଙ୍କ ସରକାର। ଏହାସହ ଶ୍ରୀ ମନ୍ଦିର ପରିଚାଳନା ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ଚାଷୀଙ୍କ ବିକାଶ ପାଇଁ ସମୃଦ୍ଧ କୃଷକ ନୀତି ଭଳି କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି ରାଜ୍ୟ ସରକାର। 

ସେହିପରି ଓଡିଆ ଅସ୍ମିତା ପ୍ରଚାର ପ୍ରସାର ପାଇଁ ୨୦୦ କୋଟିର କର୍ପସ ଫଣ୍ଡ, ବାର୍ଦ୍ଧକ୍ୟ ଭତ୍ତା ହୋଇଛି ୩୫୦୦ ଟଙ୍କା, ବଢିଛି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ସିଏମ କିଷାନ ଯୋଜନାରେ ୪୬ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଛି ୨୦୦୦ ଟଙ୍କାର ପ୍ରଥମ କିସ୍ତି, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସହ ଜଳସେଚନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ସରକାର । ଏହାସହ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ଓଡିଶାକୁ ବିକଶିତ କରି ତୋଳିବା ପାଇଁ ଏଭଳି ଅନେକ ପଦକ୍ଷେପ ହାତକୁ ନେଇଛି ବିଜେପି ସରକାର । ତେଣୁ ୧୦୦ ଦିନର ସଫଳତାକୁ ଧୁମଧାମରେ ପାଳନ କରିବେ ବିଜେପି ସରକାର । ଆଜିଠୁ ୨୨ ତାରିଖ ଯାଏଁ, ୪ ଦିନ ଧରି ସାରା ରାଜ୍ୟରେ ପାଳନ ହେବ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP has | Argus News