Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିଛି ବିଜେପି

Rashmita Mishra
Browse all articles by Rashmita Mishra
·1 year ago·2 min read
ପୂର୍ଣ ସଂଖ୍ୟାଗରିଷ୍ଠତା ସହ  ସରକାର ଗଢ଼ିଛି ବିଜେପି

ଅର୍ଗସ ବ୍ୟୁରୋ: ଗରିବ ଆଦିବାସୀ ଜଣେ ମୁଖ୍ୟମନ୍ତ୍ରୀ ହେଲେ ବୋଲି ଅସହିଷ୍ମୁ ହୋଇପଡିଛି କି ବିଜେଡି । ପାଟିରେ ସୁନାଚାମଚ ଧରି ଜନ୍ମ ବୋଲି ଭୁଲି ପାରୁନାହାଁନ୍ତି କି ମୁଖ୍ୟମନ୍ତ୍ରୀ ପଦର ମୋହ । 12ରୁ ସଂଖ୍ୟା ଖସି  51 ହେଲା । କଣ୍ଟାବାଂଜିରେ ହାରିଲେ ନିଜ ଜିଲ୍ଲା ଗଂଜାମରେ ଦଳର ଶୋଚନୀୟ ପରାଜୟ ହେଲା ପୁଣି ସବୁଠୁ ବଡ ଆଦିବାସୀଜିଲ୍ଲା ମୟୁରଭଞ୍ଜରେ  ଖୋଲି ପାରିଲେନି ଖାତା । ଏହା କଣ ଜନପ୍ରିୟତାର ପ୍ରମାଣ । ଅବସର ଥିଲା ବିଜେଡିର ପଦଯାତ୍ରା ଭୁବନେଶ୍ବବର ଏକାମ୍ର ନିର୍ବାଚନ ମଣ୍ଡଳୀର ନେତାଜୀ ପଡିଆରେ ଦଳର ସୁପ୍ରିମୋଙ୍କ ପାଇଁ  ବଡ  ଆୟୋଜନ କରିଥିଲେ ଅଶୋକ ପଣ୍ଡା । ହେଲେ ନବୀନଙ୍କୁ ପ୍ରଶଂସା କରୁ କରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କହିବାକୁ ବି ଭୁଲି ନ ଥିଲେ ଅଶୋକ । ଲୋକଙ୍କ ଦ୍ବାରା ପ୍ରତ୍ୟାଖାତ ହେବା ପରେ ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖୁଛି ବିଜେଡି । କଣ୍ଟାବାଂଜି ବିଧାୟକ କହିଛନ୍ତି ରାବଣ ଅଂଶୀ ଭାବେ ଅହଂଙ୍କାରରେ ଥିବା ନେତା ଅସ୍ତ୍ର ବିସର୍ଜନ କରନ୍ତୁ ।

ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକ କହିଥିଲେ ମିଛ  କାହାଣୀ କହି ବିଜେପି ଶାସନକୁ ଆସିଛି ହାତୀ ଘୋଡା ଦେବାକୁ କହି ଶାସନକୁ ଆସିଥିବା ବିଜେପିର ମିଛ ଧରା ପଡିଯାଇଛି ବୋଲି କହିଛନ୍ତି ନବୀନ । ଯାହାର କଡା ଜବାବ ରଖିଛି ବିଜେପି ଦଳର ସଭାପତି କହିଛନ୍ତି 24 ବର୍ଷରେ ବିଜେଡି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ତାର ହିସାବ ଦିଅନ୍ତୁ ।

24 ନିର୍ବାଚନରେ ଦୁଇଟି ସ୍ଥାନରେ ଲଢୁଥିଲେ ନବୀନ । କଣ୍ଟାବାଂଜିରେ ହାରିଲେ ଆଉ  ହିଂଜିଳିରେ ଅଳ୍ପ ଭୋଟରେ ଜିତିଲେ । ତେବେ ନିଜ ଜିଲ୍ଲା ଗଂଜାମ କେବଳ ତାଙ୍କୁ ଛାଡିଦେଲେ ଆଉ କେହି ବିଜେଡି ପ୍ରାର୍ଥୀ ଜିତିପାରିଲେ ନାହିଁ । ସେହିପରି ସବୁଠୁ ବଡ ଆଦିବାସୀ ଜିଲ୍ଲା ମୟୁରଭଞ୍ଜରେ  ଖାତା ଖୋଲିପାରି ନଥିଲା ବିଜେଡି ଏ କଣ ଜନପ୍ରିୟତା ବୋଲି  ପ୍ରଶ୍ନକରି ପାଲଟା ଆକ୍ରମଣ କରିଛି ବିଜେପି । ଓଡିଶା ଲୋକ ବିଜେପିକୁ ଭୋଟ ଦେଲେ । ଆଦିବାସୀ ନେତା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ । ହେଲେ ପ୍ରଶ୍ନ  ମୋହନଙ୍କୁ କାହିଁକି ସହି ପାରୁନି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP has formed the government with a large majority | Argus News