ଓଡିଶାରେ ମ୍ୟାଜିକ୍ ନମ୍ବର ଛୁଇଁଲା ବିଜେପି: ୭୪ ଆସନରେ ଆଗୁଆ ପଦ୍ମ

ଅର୍ଗସ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୧୪୧ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୭୪ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୫୧ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୧୨ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି ।
ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୩୫ ହଜାର ୯୨୯ ଖଣ୍ଡ ମିଳିଛି। ବିଜେପି କାର୍ଯ୍ୟାଳୟରେ ସବୁଠି ଖୁସିର ମାହୋଲ। ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଆଉ ଏହି ଭୋଟ ଏବଂ ଲୋକଙ୍କ ଭଲ ପାଇବା ହେଉଛି ପରିବର୍ତ୍ତନର ସ୍ବର। ସେ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ୨୮, ୪୯୮ ଖଣ୍ଡ ଭୋଟ ଆଗରେ ଅଛନ୍ତି।
ସେହିପରି ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ଛୁଇଁଛି ବିଜେପି । ଓଡିଶାରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ଥିବାବେଳେ, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ୭୪ ଆସନରେ ଆଗୁଆ ରହିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ନିର୍ବାଚନ ଖବର