ହରିଆଣା ବିଧାନସଭା ନିର୍ବାଚନ ଲାଗି ଘୋଷଣା ପତ୍ର ଜାରି କଲା ବିଜେପି
·1 year ago·1 min read

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ଘୋଷଣା ପତ୍ର ଜାରି କରିଛି। ଦଳ ଏହାକୁ ସଂକଳ୍ପ ପତ୍ରର ନାମ ଦେଇଛି। ଏଅବସରରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ କହିଛନ୍ତି ଏହା ନିର୍ବାଚନୀ ଘୋଷଣା ପତ୍ର ନୁହେଁ। ସେ ଆହୁରୀ କହିଛନ୍ତି, ଆମେ ୫ ବର୍ଷ ପୂର୍ବେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ।
ତେବେ ବିଜେପି ଏହି ସଂକଳ୍ପ ପତ୍ରରେ ଲାଡୋ ଲକ୍ଷ୍ମୀ ଯୋଜନାରେ ପ୍ରତି ମହିଳାଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା, ସହର ଓ ଗ୍ରାମାଞ୍ଚଳରେ ୫ ଲକ୍ଷ ଘର, ପ୍ରତି ଗ୍ରାମରେ ଅଲମ୍ପିକ ଖେଳ ନର୍ସରୀ ପ୍ରତିଷ୍ଠା କରାଯିବ। ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି ଜାରି ରହିବ। 2 ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବ। ସେହିପରି ସମସ୍ତ ସରକାରୀ ଡାକ୍ତରଖାନାରେ ଡାଏଲେସିସ ଏବଂ ସମସ୍ତ ଡାକ୍ତରଖାନରେ ମାଗଣାରେ ଡାଏଗ୍ନୋସିସ କରାଯିବ। ଚିରାଗ ଆୟୂଷ୍ମାନ ଯୋଜନାରେ ପ୍ରତି ପରିବାରକୁ ୧୦ ଲକ୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: