Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୋକପୋଲ ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ

Banajyotshna Ray
Browse all articles by Banajyotshna Ray
·2 years ago
ଲୋକପୋଲ ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ

ଅର୍ଗସ ବ୍ୟୁରୋ:  ଓଡିଶାରେ ମୋଦି ଲହର । ଲୋକପୋଲ ମେଗା ସର୍ଭେରେ ଓଡିଶାରେ ବିଜେପିକୁ ବଡ ବିଜୟର ଆକଳନ । ଲୋକପୋଲ ସର୍ଭେ ଅନୁଯାୟୀ ଓଡିଶାରେ ବିଜେପିକୁ ମିଳିପାରେ ୧୧ରୁ ୧୩ ସିଟ୍ । ବିଜେଡି ଜିତିପାରେ ୭ରୁ ୯ ସିଟ୍ । କଂଗ୍ରେସ ଗୋଟିଏରୁ ଦୁଇଟି ଆସନରେ ବିଜୟୀ ହୋଇପାରେ । ସର୍ଭେ କହୁଛି ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ମିଳିପାରେ ବଡ଼ ସମର୍ଥନ । ମୋଦିଙ୍କ ଯୋଗୁଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି । ଅନ୍ୟପକ୍ଷରେ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଏକଛତ୍ରବାଦ ନୀତି ଦଳକୁ ମହଙ୍ଗା ପଡିପାରେ । ଆମଦାନୀ ନେତାଙ୍କୁ ଟିକେଟ ଦିଆଯାଉଥିବାରୁ କର୍ମୀଙ୍କୁ ଉତ୍ସାହ କମୁଛି । ପୂର୍ବରୁ ନ୍ୟୁଜ ଏକ୍ସ, ଏବିପି ଭୋଟର ସି ପକ୍ଷରୁ ଓପିନିୟନ ପୋଲରେ ବିଜେପି ଓଡିଶାରେ ଆଗରେ ଥିବା ଦର୍ଶାଯାଇଥିଲା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP is expected to win in Odisha in the Lok Poll survey | Argus News