Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Big Breaking / BJP Leader Death: ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
BJP Leader Death: ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ

Key Points

ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ ରାଜନେତା, ପୁରୀ ସଦର ବ୍ଳକର ପୂର୍ବତନ ଅଧ୍ୟକ୍ଷ, ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ କତାଶିଳ୍ପ ନିଗମର ପୂର୍ବତନ ଅଧ୍ୟକ୍ଷ ଇତ୍ୟାଦି ଅନେକ ପଦବୀରେ ସେ ଦାୟିତ୍ୱ ନିର୍ବାହ କରିଥିଲେ ।

ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ । ଭୁବନେଶ୍ୱର AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଶଙ୍କର୍ଷଣ । ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ଥିଲେ ଶଙ୍କର୍ଷଣ ପରିଡ଼ା । ଜଣେ କବି, ଗାଳ୍ପିକ ଓ ସାହିତ୍ୟିକ ଭାବେ ପରିଚିତ ଥିଲେ । ଫୁସଫୁସ୍ କ୍ୟାନ୍ସରରେ ସେ ଗୁରୁତର ଭାବେ ପୀଡ଼ିତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସିତ ହେବା ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ ରାଜନେତା, ପୁରୀ ସଦର ବ୍ଳକର ପୂର୍ବତନ ଅଧ୍ୟକ୍ଷ, ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ କତାଶିଳ୍ପ ନିଗମର ପୂର୍ବତନ ଅଧ୍ୟକ୍ଷ ଇତ୍ୟାଦି ଅନେକ ପଦବୀରେ ସେ ଦାୟିତ୍ୱ ନିର୍ବାହ କରିଥିଲେ ।

ତାଙ୍କର ଦେହାନ୍ତ ହୋଇଥିବା ନେଇ ପ୍ରଥମେ ତାଙ୍କ ଝିଅ ଶ୍ରୀ ପରିଡ଼ାଙ୍କ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ପୂର୍ବରୁ ଦଳର ବରିଷ୍ଠ ନେତାମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ।

ଶଙ୍କର ପରିଡ଼ା ନିକିଟରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଜନ୍ମଦିନ ପାଳିଥିଲେ । ଲେଖିଥିଲେ ଆଜି ହସ୍ପିଟାଲରେ ଜନ୍ମଦିନ । ଉଲ୍ଲସିତ ଅଶ୍ରୁ ଏବଂ ଅଶ୍ରୁସିକ୍ତ ଉଲ୍ଲାସର ଅଗଣାରେ ଐତିହ୍ୟର ଦୃପ୍ତ ପାଦଚିହ୍ନ । ଏମିତି କବିତା ଲେଖିଥିଲେ ଶଙ୍କର ପରିଡା । ଜୀବନ ସହ ସଂଘର୍ଷ କରୁଥିବାବେଳେ ଏମିତି ହୃଦୟସ୍ପର୍ଶୀ କଥା ଲେଖିଯାଇଛନ୍ତି ସେ ।
ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, 'ଆମ ଦଳର ବରିଷ୍ଠ ନେତା ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଆଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ। ​ଏହି ଦୁଃଖଦ ସମୟରେ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ'।



ଶଙ୍କରଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ସ୍ୱର୍ଗତଃ ପରିଡ଼ା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ପରିଡ଼ା ରାଜ୍ୟ ପଂଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Big Breaking | BJP Leader Death: Sankarshana Parida passes away | Argus News