Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ନବୀନଙ୍କୁ ନିର୍ଧୁମ ଧୋଇଲେ ଜୟ ନାରାୟଣ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ନବୀନଙ୍କୁ ନିର୍ଧୁମ ଧୋଇଲେ ଜୟ ନାରାୟଣ
Jayanarayan Mishra On Naveen Patnaik

Key Points

ନବୀନଙ୍କ ପଦକ୍ଷେପ ପରେ ବିଜେପି ନେତା ଜୟ ନାରାୟଣ ମିଶ୍ର ତାଙ୍କୁ ଟାର୍ଗେଟ କରିଛନ୍ତି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବା ଘୋଷଣା ପରେ ରାଜନୀତି ସରଗରମ । ଗୋଟିଏ ପଟେ ବିଜେଡି ନେତା ବର୍ଦ୍ଧିତ ଦରମାକୁ ପ୍ରଥମେ ସମର୍ଥନ କରୁଥିବା ବେଳେ ଏବେ ସେମାନଙ୍କ କଥାରୋେ ରହୁନି ତାଳମେଳ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଦ୍ଧିତ ଦରମାକୁ ଗରିବଙ୍କୁ ବାଣ୍ଟିଦେବେ ବୋଲି ଘୋଷଣା କରିଛନ୍ତି । ତେଣୁ କୁହାଯାଉଛି, ନବୀନ ପଟ୍ଟନାୟକ ବିଧାୟକଙ୍କ ଏତେ ମାତ୍ରାରେ ବର୍ଦ୍ଧିତ ଦରମାକୁ ସମର୍ଥନ କରୁନାହାନ୍ତି । ହେଲେ ବିଜେଡି ନେତାମାନେ ଏହି ଦରମା ବୃଦ୍ଧି ସପକ୍ଷରେ ପୂର୍ବରୁ ଯୁକ୍ତି ବାଢ଼ୁଥିଲେ । ଏମିତିକି ଏସମ୍ପର୍କରେ ବିଧାନସଭାରେ ନୀରବ ସମର୍ଥନ ମଧ୍ୟ ଦେଇଥିଲେ । ହେଲେ ଏବେ ସେମାନେ ଦୋଛକିରେ ପଡ଼ିଯାଇଛନ୍ତି ।

ନବୀନଙ୍କ ଏହି ପଦକ୍ଷେପ ପରେ ବିଜେପି ନେତା ଜୟ ନାରାୟଣ ମିଶ୍ର ତାଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କୁ ଆକ୍ଷେପ କରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, 'ନବୀନ ବାବୁ ବହୁତ ଧନୀ ଲୋକ, ଏସବୁ କେବଳ ସେ ଡ୍ରାମା କରୁଛନ୍ତି । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା' ।

'ଯେତେବେଳେ ଏହି ଦରମା ବୃଦ୍ଧି କରାଗଲା, ସେତେବେଳେ ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ବିଧାନସଭା ଅଧିବେଶନ ଆଲୋଚନାରେ ସେ ଭାଗ ନେଇ ପାରିଥାନ୍ତେ । କିନ୍ତୁ ନେଲେନି । ସେତେବେଳେ ସେ ଏହି ବିଲ୍‌କୁ ବିରୋଧ କରିଥିଲେ, ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଥାନ୍ତେ' ।

ଅନ୍ୟପଟେ ସେହି ସମାନ କଥାକୁ ଦୋହରାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । ସେ ମଧ୍ୟ କହିଛନ୍ତି, ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହି ଏହାକୁ ବିରୋଧ କରିପାରିଥାନ୍ତେ । ସେ ଏନେଇ ନିଜର ମତ ମଧ୍ୟ ରଖିପାରିଥାନ୍ତେ । କିନ୍ତୁ ସେ ଗୃହରେ ରହିଲେନି । ଏବେ ଦରମା ବୃଦ୍ଧି ପ୍ରସଙ୍ଗରେ କହିଲେ କ'ଣ ଲାଭ । ଏହା କେବଳ ଆଉ କିଛି ନୁହେଁ, କେବଳ ରାଜନୀତି ବୋଲି କହିଛନ୍ତି କେଭି ସିଂହଦେଓ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics | BJP leader Jaya Narayan Mishra harshly criticizes Naveen Patnaik | Argus News