Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ

Odisha

ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ

Key Points

  • ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ
  • ତାମିଲ ବାବୁଙ୍କ ମିଛ ଧରାଇଦେଲେ ଧର୍ମେନ୍ଦ୍ର
  • ଟଙ୍କା ଆସୁଛି, ଖର୍ଚ୍ଚ କରୁପାରୁନାହାନ୍ତି

ଅର୍ଗସ ବ୍ୟୁରୋ: ମିଛ ସୌଦାଗର ପାଣ୍ଡିଆନ । କେମିତି କେନ୍ଦ୍ର ସରକାରଙ୍କ ବିରୋଧରେ ଡାହା ମିଛ କହି ଦୋଷଦେବେ ସେହି କଥା ସେ ଚିନ୍ତା କରନ୍ତି । କାରଣ ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରାୟ ୫୦ କୋଟି ଟଙ୍କା ଅନୁଦାନ ଦେଇଥିଲେ । ହେଲେ ରାଜ୍ୟ ସରକାର ସେ ଟଙ୍କା ଖର୍ଚ୍ଚ କରିପାରିଲେନି ବରଂ ଅଭିଯୋଗ କଲେ କେନ୍ଦ୍ର ସରକାର ଦେଇନି । କିନ୍ତୁ ଏହା କେତେ ମିଛ ଏ ଚିଠି ଦେଖିବା ପରେ ଆପଣ ବି ବୁଝିପାରିବେ । 

୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଅନୁଦାନ ସମ୍ପର୍କରେ ଗୋଟି ଗୋଟି ତଥ୍ୟ ଦେଇଥିଲେ । କେଉଁ ଯୋଜନା ବାବଦକୁ କେତେ ଟଙ୍କା ଦିଆଯାଇଛି ତାହାର ବି ହିସାବ ଦେଲେ । ଚିଠିରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଟଙ୍କା କେତେ ଦିଆଯାଇଛି । ଇଏ ପୁଣି ସରକାରୀ ଦସ୍ତାବିଜରେ ଜଳଜଳ ହୋଇ ଦିଶୁଛି । କିନ୍ତୁ କେଉଁ ମୁହଁରେ ପାଣ୍ଡିଆନ କହୁଛନ୍ତି କେନ୍ଦ୍ର ମାତ୍ର ୧୦ କୋଟି ଦେଲା କହିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି ।

କଥା ହେଲା ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ଲାଗି କେନ୍ଦ୍ର ଅନୁଦାନ ଦିଏ । ମୋଦି ସରକାର ଆସିବା ପରେ ପୂର୍ବ ସରକାର ଅପେକ୍ଷା ଅଧିକ ଅନୁଦାନ ମିଳୁଛି ଏଥିରେ କୌଣସି ଦ୍ଵିମତ ନାହିଁ । କେବଳ ପ୍ରସାଦ ଯୋଜନାରେ ରାଜ୍ୟକୁ ୫୦ କୋଟି ଟଙ୍କା ଦେଇଥିଲେ । ହେଲେ ରାଜ୍ୟ ସରକାର କେମିତି ଟଙ୍କା ଖର୍ଚ୍ଚ ହେବ ସେନେଇ କୌଣସି ଯୋଜନା କଲେନି । ଏପିରିକି ସ୍ଵୀକୃତ ହୋଇଥିବା ୫୦ କୋଟିରୁ ପୈଠ ହୋଇଥିବା ୧୦ କୋଟି ଟଙ୍କାର ଏଯାବତ କୌଣସି ଯୁଟିଲାଇଜେସନ ସାର୍ଟିଫିକେଟ୍‌ ହିଁ ଦେଲେନି । କିନ୍ତୁ ବିନା ହିସାବରେ କେମିତି ଟଙ୍କା ମିଳିବ ? ସେନେଇ ରାଜ୍ୟ ସରକାର ବିତଣ୍ଡା ଯୁକ୍ତି କରିବାରେ ବ୍ୟସ୍ତ ଅଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସମିଟ କରି କହିଥିଲେ, ଶ୍ରୀକ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ପ୍ରାୟ ୫୦ କୋଟି ଦେଲେ । ଏହା ପରେ ବି କେନ୍ଦ୍ର ଉପରେ ଦୋଷ ଲଦିବା ସହ କେନ୍ଦ୍ର ସରକାରଙ୍କ ଉପରେ ମିଛ ଆରୋପ ବି ଲଗାଇଛନ୍ତି । ହେଲେ ସେ କଥା ଯେ ଡାହା ମିଛ ଆଜି ପୂରା ସ୍ପଷ୍ଟ ହୋଇଗଲା ।
  

Sponsored
BJP | Argus News