Videos
|
Odisha

ଯେଉଁଠି ସର୍ବାଧିକ ରାଜସ୍ଵ ନେଉଛନ୍ତି, ବିକାଶ ନାଁରେ ସେଇଠି ବାୟା ହେଉଛନ୍ତି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଯେଉଁଠି ସର୍ବାଧିକ ରାଜସ୍ଵ ନେଉଛନ୍ତି, ବିକାଶ ନାଁରେ ସେଇଠି ବାୟା ହେଉଛନ୍ତି

Key Points

  • ଗପିବାରେ ଅଛି ଯଦି ବିଧାୟକ କି ସାଂସଦ ହୁଅନ୍ତୁ
  • ନହେଲେ ରାଜ୍ୟସଭା ଯାଆନ୍ତୁ
  • ଦଳୀୟ ନେତାଙ୍କୁ ଡରାଉଛନ୍ତି, ସମସ୍ତେ ଡରିବେନି
  • ବିନା ତଥ୍ୟରେ ରଡି ଛାଡୁଛନ୍ତି

ଅର୍ଗସ ବ୍ୟୁରୋ: ବିନା ତଥ୍ୟରେ କହୁଛନ୍ତି ପାଣ୍ଡିଆନ । ଯେଉଁ ଜିଲ୍ଲାରୁ ପାଖାପାଖି ୧୮ ହଜାର କୋଟି ଟଙ୍କାର ରାଜସ୍ଵ ନେଉଛନ୍ତି ସେଇଠି ବିକାଶ ନକରି କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପାଣ୍ଡିଆନ କିଛି ଜାଣୁନାହାନ୍ତି କେବଳ ମିଛରେ କହୁଛନ୍ତି । ଯଦି ରାଜନୀତିରେ ଏତେ ଅଧିକ ରୁଚି ରହିଛି ତାହାଲେ ବିଧାୟକ, ସାଂସଦ ନହେଲେ ରାଜ୍ୟସଭାରେ ଯାଇ ଯୁକ୍ତି କରନ୍ତୁ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ରୁଦ୍ର ପାଣି ।

ଆଜି ଅନୁଗୁଳ ଗସ୍ତରେ ଯାଇଥିଲେ ଫାଇଭ-ଟି ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଚେୟାରମ୍ୟାନ ଭି.କେ ପାଣ୍ଡିଆନ । ଗସ୍ତ ସିନା ସରକାରୀ ଥିଲା ହେଲେ ଭାଷଣ ଥିଲା ପୂରା ରାଜନୈତିକ । ଭାଷଣ ଏମିତି ଦେଉଥିଲେ ଯେମିତି ଗତ ରାତିରୁ ଘୋଷିକି ଆସିଥିଲେ । ଆଉ ମଂଚରେ ଚଢୁଚଢୁ ବଜାଇ ଦେଇଥିଲେ ଟେପ୍‌ ରେକର୍ଡ । ହେଲେ ସେ କଣ କହୁଛନ୍ତି ? କାହାକୁ କହୁଛନ୍ତି ? କେତେ ସତ କହୁଛନ୍ତି ସେନେଇ କିଛି ଜଣାଥିଲା କି ନାହିଁ ସେ କଥା ସିଏ କହିପାରିବେ । କିନ୍ତୁ ତାଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଅନୁଗୁଳର ବିକାଶ କରିବାରେ ଅସମର୍ଥ ଅଛନ୍ତି ରାଜ୍ୟ ସରକାର ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ସାରା ରାଜ୍ୟକୁ ଚଷୁଛନ୍ତି ପାଣ୍ଡିଆନ । ହେଲେ ନିଜ ସରକାର କି କି ବିକାଶ କରିଛି ? ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି କି ନାହିଁ ? ତାହା କିନ୍ତୁ ଜାଣିପାରୁନାହାନ୍ତି ପାଣ୍ଡିଆନ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଯଦି କହିପାରୁନାହାନ୍ତି, ବୟସ ଅଧିକ ହେଲାଣି ତାହାଲେ ବିଧାୟକ କିମ୍ବା ସାଂସଦମାନେ ଆସି କଥା କୁହନ୍ତୁ । ଆଲୋଚନା କରନ୍ତୁ ବୋଲି ରୁଦ୍ର କହିଛନ୍ତି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନକୁ ଆଉ ମାତ୍ର ୯୦ ଦିନ ବାକି ଥିବା ବେଳେ ଜିଲ୍ଲାୱାରି ଗସ୍ତ କରୁଛନ୍ତି ପାଣ୍ଡିଆନ । ମଂଚ ଚଢୁଚଢୁ ବିରୋଧୀଙ୍କୁ ସିନା ଗାଳି ଦେଉଛନ୍ତି । ହେଲେ ନିଜ ଫାଶରେ ନିଜେ ପଡିବା ପରେ ମିଛ କହି ଫଶୁଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP Leader Rudra Pani | Argus News