Videos
|
Odisha

ବିଜେଡି ସହ ପୁଅ ନବୀନଙ୍କ ପୋଲ୍ ଖୋଲିଲେ ବିଜେପି ବିଧାୟକ ବାବୁ ସିଂ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବିଜେଡି ସହ ପୁଅ ନବୀନଙ୍କ ପୋଲ୍ ଖୋଲିଲେ ବିଜେପି ବିଧାୟକ ବାବୁ ସିଂ

ଭୁବନେଶ୍ଵର: ଯେଉଁ ପ୍ରବାଦ ପୁରୁଷଙ୍କ ନାଁରେ ଦଳ ଗଢ଼ିଲେ, ବାପାଙ୍କ ନାଁରେ ରାଜନୀତି କରି ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଲେ ନବୀନ ପଟ୍ଟନାୟକ । ତାଙ୍କ ପ୍ରତି ଥିଲା କି ପ୍ରକୃତ ନିଷ୍ଠା ? ଏ ପ୍ରସଙ୍ଗରେ ନବୀନଙ୍କ ପୋଲ୍ ଖୋଲିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଶେଷ ସମୟରେ ବିଜୁ ବାବୁ ଦୁଇ ପୁଅ ନବୀନ କିମ୍ବା ପ୍ରେମ ପଟ୍ଟନାୟକଙ୍କ ପାଖରେ ନଥିଲେ । ପୁଣି ବିଜୁ ବାବୁଙ୍କ ଅନ୍ତିମ ସଂସ୍କାର କରିବା ପରେ ହୋଟେଲରେ ଆମିଷ ଖାଇଥିଲେ ଦୁଇ ପୁଅ । ପୁଣି ବିଜୁଙ୍କ ଖାସ ଅନୁଗତମାନଙ୍କୁ ବିଜୁ ଜନତା ଦଳରୁ ନବୀନ ଗୋଟି ଗୋଟି କରି ବିଦା କରି ଦେଇଥିଲେ ।


ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନ କରାଯିବା କୁ ନେଇ ବିଧାନସଭାରେ ସରଗରମ ଆଲୋଚନା । ବିଜେଡି ମୂଲତବି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା ବିଜେଡି । ହେଲେ ଆଲୋଚନା ବେଳେ ନ ଥିଲେ ନବୀନ । ତେବେ ଆଲୋଚନା ବେଳେ ବିଜୁଙ୍କ ପ୍ରତି ନବୀନଙ୍କ ନିଷ୍ଠାର ପୋଲ ଖୋଲ ଥିଲେ ବିଜେପି ବିଧାୟକ ବାବୁ ସିଂ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାବୁ ସିଂ କହିଛନ୍ତି, ବିଜୁଙ୍କ ଜୁଇ ଜଳୁଥିବା ବେଳେ ହୋଟଲରେ ଆମିଷ ଖାଉଥିଲେ ନବୀନ ଓ ପ୍ରେମ ପଟ୍ଟନାୟକ । ବିଜୁ ବାବୁଙ୍କ ମୃତ୍ୟୁ ପରେ ଯିଏ ନବୀନଙ୍କୁ ରାଜନୀତି କୁ ଆଣିଲେ ନବୀନ ଆଗ ସେମାନଙ୍କ ରାଜନୈତିକ ହତ୍ୟା କଲେ । ଏପରିକି ଯେଉଁ ୪ କର୍ମଚାରୀ ବିଜୁ ବାବୁଙ୍କ ସହ ଶେଷ ସମୟରେ ନବୀନ ନିବାସରେ ରହୁଥିଲେ ନବୀନ ଆସୁ ଆସୁ ସେମାଙ୍କୁ ଆଗ ବିଦା କଲେ ବୋଲି କହିଥିଲେ ବାବୁ ସିଂ ।


ସେପଟେ ନବୀନଙ୍କ ଅନୁପସ୍ଥିତିରେ ଆଲୋଚନା ଆରମ୍ଭ କରି ବିଜେଡି ପକ୍ଷରୁ ବିରୋଧୀ ଦଳ ଉପ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଭୁଲ ସଂଶୋଧନ କରାଯିବ ବୋଲି ଆଶା କରୁଛୁ ବୋଲି କହିଥିଲେ । ବିଜେଡି ନେତାଙ୍କୁ ଜବାବ ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ... କହିଥିଲେ, ବିଜୁ ପ୍ରେମୀ କିଏ ଖୋଜିବାକୁ ପଡ଼ିବ । ଯେଉଁ ମାନେ ବିଜୁଙ୍କ ଦାୟାଦ ନୁହନ୍ତି ବାଘ ଛାଲ ପିନ୍ଧି ବାଘ ଭଳି ଦେଖେଇ ହେଉଛନ୍ତି । ବିରୋଧୀ ଦଳର ଆବେଗ ଅଛି, ହେଲେ ସ୍ପଷ୍ଟତା ନାହିଁ । ଶଙ୍ଖ ଭବନରେ ବିଜୁଙ୍କ ପ୍ରତିମୂର୍ତ୍ତିଟେ ବି ନାହିଁ ।


ପୂର୍ବରୁ ବି ବିଜୁଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି କରୁଥିବା ପ୍ରତିବାଦରେ ସାମିଲ ହୋଇ ନଥିଲେ ନବୀନ । ଶୁକ୍ରବାର ଦିନ ବିଧାନସଭାକୁ ଆସି ବି ବିଜେଡିର ପ୍ରତିବାଦରେ ସାମିଲ୍ ହୋଇ ନଥିଲେ ନବୀନ । ସେ ଦିନ ବିଜୁଙ୍କୁ ନେଇ ଗୃହ ଭିତରେ ଗୃହ ବାହାରେ ତୋଡ଼ ଦେଖାଇଥିଲେ ବିଜେଡି ବିଧାୟକ । କିନ୍ତୁ ନିରବ ରହି କଡ଼େଇ ହୋଇ ଚାଲି ଯାଇଥିଲେ ନବୀନ, ଏ ଆଭିମୁଖ୍ୟ ସମସ୍ତଙ୍କୁ ସେଦିନ ଚକିତ କରିଥିଲା ।

BJP MLA Babu Singh Reveals How Naveen Behaves During Biju Babu Death | Argus News