Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ବିଧାୟକ ଉଠାଇଲେ ବଣିକ ପ୍ରସଙ୍ଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେପି ବିଧାୟକ ଉଠାଇଲେ ବଣିକ ପ୍ରସଙ୍ଗ

ଅର୍ଗସ ବ୍ୟୁରୋ:  ମୁଖ୍ୟମନ୍ତ୍ରୀଙ୍କ ଚାକିରି ବିକ୍ରି ବିବୃତି ପରେ ଖୋଲିଗଲା ବିଜେଡିର ପୋଲ୍। ବଣିକକୁ ନେଇ ହୁଲୁସ୍ତୁଲ ବିଧାନସଭା । ଶିକ୍ଷା ବ୍ୟବସାୟୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଶୁକ୍ରବାର ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ପୂର୍ବ ସରକାର ରେ ଏଏସଓ ଚାକିରି ହୁଣ୍ଡା ମୂଲ୍ୟରେ ବିକ୍ରି ହେଉଥିଲା । ୨୫ରୁ୩୦ ଲକ୍ଷରେ ଚାକିରି ବିକ୍ରି ହେଉଥିବାର ପ୍ରମାଣ ବି ଅଛି। ଏହି ପ୍ରସଙ୍ଗରେ ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ତୁମ୍ବି ତୋଫାନ କରିଥିଲେ ବିଜେଡି ସଭ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲିକ। ପ୍ରମିଳାଙ୍କୁ କଡ଼ା କାଉଣ୍ଟର କରିଥିଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ। ବିଜେଡି ଶାସନରେ ଶିକ୍ଷା ବ୍ୟବସାୟୀ ବଣିକଙ୍କ କଥା ଉଠାଇ କରିଥିଲେ କଟାକ୍ଷ।

ସନ୍ତୋଷ ଖଟୁଆଙ୍କ ଏ ବୟାନକୁ ନେଇ ବଡ଼ ପ୍ରଶ୍ନ, କିଏ ଏହି ବଣିକ, ଯିଏ ବିଜେଡି ଶାସନରେ ପାଲଟି ଯାଇଥିଲେ ଏତେ ପ୍ରଭାବଶାଳୀ। ଯାହାଙ୍କ ଅନୁସାରେ ବିଜେଡି ଶାସନରେ ଚାଲୁଥିଲା ଚାକିରି କିଣାବିକା । ବିଜେଡି ଅମଳରେ ପାଣ୍ଡିଆନ ହିଁ ଚଳାଉଥିଲେ ସରକାର । ପାଣ୍ଡିଆନଙ୍କ ଡାହାଣ ହାତ ଥିଲେ ତତ୍କାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ। ଆଉ ଚର୍ଚ୍ଚା ହେଉଥିଲା ବବିଙ୍କ ଚାରିପାଖରେ ଘୁରି ବୁଲୁଥିଲେ ଜନୈକ ଶିକ୍ଷା ବ୍ୟବସାୟୀ। ଏହି ଶିକ୍ଷା ବ୍ୟବସାୟୀଙ୍କ ଚେର ତୃତୀୟ ମହଲା ଯାଏଁ ବ୍ୟାପିଥିଲା ବୋଲି କଥା ଉଠିଥିଲା। ଏବେ ପ୍ରଶ୍ନ ହେଲା ଲକ୍ଷ ଲକ୍ଷ ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଏହି ଶିକ୍ଷା ବ୍ୟବସାୟୀ ଓ ସମ୍ପୃକ୍ତ ବିଜେଡି ନେତାଙ୍କ ବିରୋଧରେ ହେବ କି କଡ଼ା କାର୍ଯ୍ୟାନୁଷ୍ଠାନ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP MLA raises traders issue | Argus News