Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସତ କହିଲା ବେଳକୁ ଭାରି ବାଧୁଛି 

Odisha

ସତ କହିଲା ବେଳକୁ ଭାରି ବାଧୁଛି 

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସତ କହିଲା ବେଳକୁ ଭାରି ବାଧୁଛି 

Key Points

  • ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ
  • ମିଳିମିଶି କାରବାର କରୁଥିଲେ, ଅଧାରେ ହାତର ହାତ ଛାଡିଦେଲେ
  • ପ୍ରଶାସନ, ପୋଲିସ, ରାଜନେତା ପାଉଥିଲେ କମିଶନ
  • ସତ କହିଲା ବେଳକୁ ଭାରି ବାଧୁଛି 

ଅର୍ଗସ ବ୍ୟୁରୋ: ସତ କହିଲେ ନବୀନ ସରକାରକୁ ଭାରି ବାଧୁଛି । ୨୪ ବର୍ଷର ଶାସନରେ କେମିତି ରାଜ୍ୟର ଉନ୍ନତି ହେବ ସେହି କଥା ଚିନ୍ତା ନକରି କେମିତି ରାଜ୍ୟର ଅବନତି ହେବ ସେଥିରେ ଭାରି ବ୍ୟସ୍ତ ବିଜେଡି ନେତା । ବଲାଙ୍ଗିର ପରି ପଛୁଆ ଜିଲ୍ଲାରେ କୋଟି କୋଟି ଟଙ୍କା ରାଜସ୍ଵ ଫାଙ୍କି ବେପାର ଚାଲିଥିଲା କିନ୍ତୁ କେମିତି ପୋଲିସ କି ପ୍ରଶାସନ ଜାଣିପାରିନଥିଲେ ତାହା ସନ୍ଦେହ ଘେରରେ । କିନ୍ତୁ ଏହି ଘଟଣାରୁ ଯେତେ ଚେଷ୍ଟା କଲେ ବି ହାତ ଝାଡିପାରୁନି ବିଜେଡି । କାରଣ ମନ୍ତ୍ରୀ ଓ ବିଧାୟକମାନେ ମଦର ଗୋଳିଆ ପାଣିରେ ଏମିତି ଫଶିଛନ୍ତି ଯେ ଯେତେ ଗୋଡ ଧୋଇଲେ ପଙ୍କ ଛାଡୁନି । ଆଉ ଟଙ୍କା କାରବାରକୁ ନେଇ ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଟ୍ଵିଟ କଲେ ସେତେବେଳେ ବିଜେଡି ନେତାଙ୍କ ଛାତିରେ ପଶିଛି ଛନକା ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡି ନେତାଙ୍କ ଛତ୍ରଛାୟାରେ ମଦ ବେପାରୀ କୁବେର ହେଉଥିଲେ ।  ନିଶରେ ତେଲମାରି ସାଲିସ କରୁଥିଲା ପୋଲିସ । ହେଲେ ଆଇଟି ବିଭାଗ ରେଡ୍‌ ମାରିବା ପରେ ଏବେ ସାମ୍ନାକୁ ଆସିଲା ସତ । ପାଖାପାଖି ୩୪୮ କୋଟି ଟଙ୍କା ମିଳିବା ପରେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା । ବଲାଙ୍ଗିରରୁ କେବଳ ୩୦୫ କୋଟି ମିଳିଥିବା ବେଳେ ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ମିଳିଛି ୩୭ କୋଟି ୫୦ ଲକ୍ଷ । 

ବଲାଙ୍ଗିରରୁ ଟଙ୍କା ରେଡ୍‌ ହେବା ପରେ ବିଜେଡିକୁ କାଠ ଗଡାକୁ ଟାଣିଛି ବିଜେପି । ନୀଳଗିରିର ବିଧାୟକ ସୁକାନ୍ତ ନାୟକ ସିଧାସିଧା କଂଗ୍ରେସର କଳାକାରନାମା କଥା କହିବା ସହ ହାତ ଓ ଶଙ୍ଖ ଭିତରେ କେମିତି ଭିତିରିଆ ସମ୍ପର୍କ ରହିଛି ସେ କଥା ବି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଆଗାମୀ ନିର୍ବାଚନରେ ବିଜେଡି ଏହି ଟଙ୍କା ବ୍ୟବହାର କରିଥାଆନ୍ତା, କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତି ବି ଥିଲା । ଏମିତି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।  ସେପଟେ ପୂରା ଘଟଣାରେ କିନ୍ତୁ ଉଭୟ କଂଗ୍ରେସ କିମ୍ବା ବିଜେଡି ନେତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
balangir liquor | Argus News