Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / 'ଭାଇ-ଭଉଣୀଙ୍କ ବଟି ଆଦାୟ ବନ୍ଦ ହୋଇଯାଇଛି, ସେଥିପାଇଁ...'

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
'ଭାଇ-ଭଉଣୀଙ୍କ ବଟି ଆଦାୟ ବନ୍ଦ ହୋଇଯାଇଛି, ସେଥିପାଇଁ...'
Tankadhar Tripathy vs Dipali Das

Key Points

'ଭାଇ ଭଉଣୀ, କମ୍ପାନି ମାନଙ୍କୁ ଡାକି ବଟି ଆଦାୟ କରୁଥିଲେ । ତାହା ବନ୍ଦ ହୋଇଯାଇଛି ବୋଲି ବାଧୁଛି ବୋଲି କହିଛନ୍ତି ଟଙ୍କଧର ।

ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ କାଉଣ୍ଟର କଲେ ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଟଙ୍କଧର କହିଛନ୍ତି, ଦେଢ଼ ବର୍ଷ ଭିତରେ କ୍ଷମତାରେ ରହିନପାରି ଛଟପଟ ହେବା ଦୃଶ୍ୟ ଝାରସୁଗୁଡ଼ାରେ ଦେଖିବାକୁ ମିଳୁଛି । ପାଣି ବିନା ମାଛ ଭଳି ଦୀପାଳି କ୍ଷମତା ବିନା ଛଟପଟ ହେଉଛନ୍ତି । ଝାରସୁଗୁଡ଼ା ଜିଲାକୁ ପ୍ରଦୂଷିତ କିଏ କରିଥିଲା ? ପାଉଁଶ ପାହାଡ଼ କିଏ ସୃଷ୍ଟି କରିଥିଲା ? ଭାଇ ଭଉଣୀ, କମ୍ପାନି ମାନଙ୍କୁ ଡାକି ବଟି ଆଦାୟ କରୁଥିଲେ । ତାହା ବନ୍ଦ ହୋଇଯାଇଛି ବୋଲି ବାଧୁଛି ବୋଲି କହିଛନ୍ତି ଟଙ୍କଧର ।

ତେବେ ପ୍ରଥମେ ବିଜେଡି ନେତ୍ରୀ ଦୀପାଳି ଦାସ ବିଜେପିକୁ ଟାର୍ଗେଟ କରିଥିଲେ । ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ବିଧାୟକ ପୂରଣ କରୁନାହାନ୍ତି ବୋଲି କହିଥିଲେ ଦୀପାଳି । ଯାହାର ଉତ୍ତରରେ ଏଭଳି କହିଛନ୍ତି ଟଙ୍କଧର ।

ଅନ୍ୟପଟେ ଶନିବାର ବିଜେଡିକୁ ଲାଗିଛି ବଡ଼ ଝଟ୍‌କା । ଭଦ୍ରକ ବିଜେଡି ଗଡ଼ ଧ୍ୱସ୍ତ ହୋଇଯାଇଛି । ଭଦ୍ରକରେ ଛିଡୁଛି ବିଜେଡି.. ବଢୁଛି ବିଜେପି । ଶଙ୍ଖ ଶିବିର ଛାଡ଼ି ପଦ୍ମ ଧରିଛନ୍ତି ତୃଣମୁଳ ନେତା । ଭଦ୍ରକ ଜିଲ୍ଲାର ୪ ବ୍ଲକ ଅଧ୍ୟକ୍ଷ ଧରିଲେ ପଦ୍ମ । ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କୁ ଧରି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବି ଧରିଲେ ପଦ୍ମ ।

କିଛି ଦିନ ତଳେ ଶଙ୍ଖ ଦଳ ଛାଡ଼ିଥିବା ଜିଲ୍ଲାର ୪ଟି ବ୍ଲକର ଅଧ୍ୟକ୍ଷ ଆଜି ପଦ୍ମ ଧରିଛନ୍ତି । ଭୁବନେଶ୍ବରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଡ଼ ମିଶ୍ରଣ ପର୍ବରେ ୫୦ରୁ ଅଧିକ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଜେପିରେ ମିଶିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ଜଣ ପୁଅ ଓ ଭଉଣୀ।

୪ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡ଼ିବା ପରେ ନବୀନ ନିବାସ ଡାକି ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ବ ଦେଇଥିଲେ ବିଜେଡି ସୁପ୍ରିମୋ । ଏବେ ପ୍ରଫୁଲ୍ଲଙ୍କୁ ଛାଡ଼ି ତାଙ୍କର ପୁରା ପରିବାର ବିଜେପିରେ ମିଶିବା ଭଦ୍ରକରେ ବିଜେଡିକୁ ଦେଇଛି ବଡ଼ ଝଟକା।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଛି ମହା ମିଶ୍ରଣ ପର୍ବ । ଏକା ସାଙ୍ଗରେ ଭଦ୍ରକ, ବନ୍ତ, ବାସୁଦେବପୁର, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଛନ୍ତି । ଗତ ସପ୍ତାହରେ ସେମାନେ ବିଜେଡି ଛାଡିଥିଲେ । ଶନିବାର ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | BJP MLA Tankadhar Tripathi strongly criticizes Deepali Das | Argus News