Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଆସନ୍ତାକାଲି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିବେ । ଆଜି ସନ୍ଧ୍ୟା ୭ଟା ୫୫ବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନଡ୍ଡା ।


ସେଠାରୁ ସିଧାସଳଖ ପୁରୀ ଯାଇ ରାତ୍ରି ଯାପନ କରିବେ । ରାତିରେ କୋଣାର୍କ ଇକୋ ଟୁରିଜିମ୍ ରିସର୍ଟରେ ରହିବେ ନଡ୍ଡା । ଆସନ୍ତାକାଲି ୧୦ଟା ବେଳେ ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦଘାଟନ କରିବେ । ପରେ ୨ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତାପରେ ଭୁବନେଶ୍ୱର ଆସି ରାଜ୍ୟ ଅତିଥି ଭବନରେ ପାଖାପାଖି ଅଢେଇ ଘଣ୍ଟା ରହିବେ ନଡ୍ଡା । ସନ୍ଧ୍ୟା ୭ଟାରେ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟ ବିଜେପି ପାଇଁ ନଡ୍ଡାଙ୍କ ଏହି ଗସ୍ତ ବେଶ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟ ଅତିଥି ଭବନରେ ଦୁଇ ଘଣ୍ଟାରୁ ଅଧିକ ସମୟ ବିଭିନ୍ନ ନେତୃବୃନ୍ଦଙ୍କ ସହ କରିବେ ଆଲୋଚନା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟ ସଭାପତି ଏବଂ ସାଂଗଠନିକ ନେତାଙ୍କୁ ଭେଟିପାରନ୍ତି ନଡ୍ଡା ।

Sponsored
BJP National President JP Nadda coming to Odisha for two days | Argus News