Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦଶନ୍ଧି ଦଶନ୍ଧି ଧରି ଓଡିଶାରେ ଓବିସିଙ୍କ ସ୍ବାର୍ଥ ପ୍ରତିହତ

Smruti Parija
Browse all articles by Smruti Parija
·1 year ago·2 min read
ଦଶନ୍ଧି ଦଶନ୍ଧି ଧରି ଓଡିଶାରେ ଓବିସିଙ୍କ ସ୍ବାର୍ଥ ପ୍ରତିହତ

Key Points

ଓଡିଶାରେ ସଂସଦୀୟ ଓବିସି କମିଟି

ଦଶନ୍ଧି ଦଶନ୍ଧି ଧରି ଓଡିଶାରେ ଓବିସିଙ୍କ ସ୍ବାର୍ଥ ପ୍ରତିହତ

ଚାକିରି, ଶିକ୍ଷାନୁଷ୍ଠାନ, ସ୍ଥାନୀୟ ସରକାରରେ ସରଂକ୍ଷଣ ପାଇଁ ରହିଛି ସାମ୍ବିଧାନିକ ଗ୍ୟାରେଣ୍ଟି

କିନ୍ତୁ ଓଡିଶାରେ ମିଳୁନି ସେ ଅଧିକାର

24 ବର୍ଷ ସରକାରର ପ୍ରତାରଣା ପରେ ଏବେ ବି ରାଜନୈତିକ ବିବାଦ

ଅର୍ଗସ ବ୍ୟୁରୋ: ପଛୁଆ ବର୍ଗ ମଙ୍ଗଳ ପାଇଁ ଗଠିତ ସଂସଦୀୟ କମିଟିକୁ ଭେଟିଲା ବିଜେପି ଓବିସି ମୋର୍ଚ୍ଚା ପ୍ରତିନିଧି ଦଳ । ମୋର୍ଚ୍ଚାର ଅଭିଯୋଗ, 24 ବର୍ଷ ବିଜେଡ଼ି ସରକାରରେ ଓବିସି ବର୍ଗ ସବୁଠୁ ଅଧିକ ପ୍ରତାରିତ । ମଣ୍ଡଳ କମିଶନ ସୁପାରିଶର ଦୀର୍ଘ ବର୍ଷ ପରେ ବି ପଛୁଆ ବର୍ଗ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିନାହାଁନ୍ତି ପୂର୍ବ ସରକାର । ଏହାସହ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ବିଜେଡ଼ି ସରକାର ଉଠାଇ ଦେଲେ ।


ଓବିସି ବର୍ଗଙ୍କ ସ୍ବାର୍ଥ ରକ୍ଷା ପାଇଁ କୋର୍ଟରେ ଓକିଲ ଦେଲେନି ପୂର୍ବ ସରକାର । ମିଛ ସର୍ଭେ କରି ଲୋକଙ୍କୁ କେବଳ ଭୁଆଁ ବୁଲାଇବା ରାଜନୀତି କରିଥିଲା ବିଜେଡ଼ି । ପିଏମ୍ ବିଶ୍ଵକର୍ମା ଯୋଜନାରେ ସରପଞ୍ଚ ମାନଙ୍କର ଭୂମିକା ରହୁଥିବାରୁ ଅନେକ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ନେଇ କମିଟି ସହ ଆଲୋଚନା କରିଛି ବିଜେପି ଓବିସି ମୋର୍ଚ୍ଚାର ପ୍ରତିନିଧି ।


ସେପଟେ ବିଜେଡି ମଧ୍ୟ ଓବିସି ସଂସଦୀୟ କମିଟିକୁ ଭେଟି ଜାତି ଭିତ୍ତିକ ଜନଗଣନା କରିବାକୁ ଦାବି ଉଠାଇଛନ୍ତି । କେବଳ 27 ପ୍ରତିଶତ ସଂରକ୍ଷଣ ଓବିସିଙ୍କୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ନୁହେଁ ବରଂ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆବଶ୍ୟକ ବୋଲି ବିଜେଡି କହିଛି । 24 ବର୍ଷ ଶାସନରେ ରହି ଯାହା କରି ନ ଥିଲେ ଏବେ କ୍ଷମତାରୁ ଯିବା ପରେ ଦାବି କରି ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୪ ନିର୍ବାଚନ ପୂର୍ବରୁ ଗତ ବର୍ଷ ମେରୁ ଜୁଲାଇ ମାସ ମଧ୍ୟରେ ଓବିସି କମିଶନଙ୍କ ଦ୍ବାରା ଏକ ଜାତି ଜନଗଣନା ସର୍ଭେ କରାଇଥିଲେ ବିଜେଡି ସରକାର। ହେଲେ ରିପୋର୍ଟ ପ୍ରକାଶ କଲେ ନାହିଁ । ସଂସଦୀୟ ଓବିସି କମିଟିକୁ ଭେଟି ଏକଥା ଜଣାଇବା ସହ ଓବିସିଙ୍କ ହକ ପାଇଁ ବିଭିନ୍ନ ଦାବି କରିଛି ରାଜ୍ୟ ଓବିସି ଫୋରମ୍ ।


ରାଜ୍ୟ ଜନସଂଖ୍ୟାର 54 ପ୍ରତିଶତ ପଛୁଆ ବର୍ଗ । ସମ୍ବିଧାନ ଅନୁସାରେ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା କଥା । ହେଲେ ହାଇକୋର୍ଟ ମୋଟ୍ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଶେଷ କ୍ଷେତ୍ରରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ । ତେବେ 2017ରେ ଏନେଇ ସୁପ୍ରିମକୋର୍ଟରେ ଏକ ଲିଭ୍ ପିଟିସନ୍ ଦାଖଲ କରି ଚୁପ୍ ବସିଯାଇଥିଲେ ନବୀନ ସରକାର । ଏମିତି କି ମାମଲା ଲଢିବାକୁ ଓକିଲ ବି ଦେଲେନାହିଁ । ଆଉ ଏବେ ଜାତିଭିତ୍ତିକ ଜନଗଣନା ଦାବି କରି ଇଣ୍ଡି ମେଣ୍ଟର ସ୍ବରରେ ସ୍ବର ମିଳାଇଛି ବିଜେଡି ।

Sponsored
BJP OBC Morcha delegation meets Parliamentary Committee for the Welfare of Backward Classes | Argus News