Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହତାଶ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ବିଜେଡି ସରକାର

Odisha

ହତାଶ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ବିଜେଡି ସରକାର

Smruti Parija
Browse all articles by Smruti Parija
·2 years ago·2 min read
ହତାଶ ନିରାଶ ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ବିଜେଡି ସରକାର

ଭୁବନେଶ୍ୱର: ବିଜେପିର ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହତାଶ ନିରାଶ ଅବସ୍ଥାରେ ବିଜେଡ଼ି ସରକାର ପହଂଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରୁଛନ୍ତି । ସେମାନେ ଏହା ମାନିବାକୁ ନାରାଜ ଯେ, ସେମାନେ ହାରିବାକୁ ଯାଉଛନ୍ତି । ଆଜି ଯେଉଁ 4 ଲୋକସଭା ପାଇଁ ନିର୍ବାଚନ ହେଉଛି ସବୁ ବିଜେପ ସପକ୍ଷରେ ଯିବ । ସେହିପରି ବିଧାନସଭା ସିଟ୍ ରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ । 4 ପର୍ଯ୍ୟାୟରେ ଅଧିକାଂଶ ଭୋଟ୍ ବିଜେପି ସପକ୍ଷରେ ଯିବ । ଲୋକଙ୍କ ଉପରେ ମୋର ବିଶ୍ୱାସ ଅଛି ବୋଲି କହିଛନ୍ତି ମନମୋହନ ସାମଲ । 

ଏହାସହ ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲ ତାହାର ହିସାବ ମାଗିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେତେ ଟଙ୍କା ଆତ୍ମସାତ କରାଗଲା ତାହାର ହିସାବ ଦିଅ । ଗୁମାସ୍ତା କହୁଛନ୍ତି, ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି । ହାରିବା ଜିତିବା ରାଜନୀତିରେ ସ୍ବାଭାବିକ ପ୍ରକ୍ରିୟା । ବିଜୁ ବାବୁ 5 ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଯେଉଁମାନେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି । 

ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଶା 5 ବର୍ଷ ଭିତରେ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢିବ । ବିଜେଡିକୁ ହାରିବା ସ୍ବୀକାର କରିବାକୁ ଚାହୁଁନାହାନ୍ତି । କିନ୍ତୁ ବିଜୁ ବାବୁ ବି ଦିନେ ପାଞ୍ଚ ପାଞ୍ଚ ଥର ହାରିଥିଲେ । ଗର୍ବ ଅହଙ୍କାର ଚରମ ସୀମାରେ ପହଞ୍ଚିଛି । ଏବେ କହିଛନ୍ତି ମୁଁ ରାଜନୀତିରୁ ସନ୍ନ୍ୟାସ ନେଇ ବାହାରକୁ ପଳାଇବି । ଉତ୍ତର ନାହିଁ ସେଥିପାଇଁ ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଛି ବୋଲି କହିଛନ୍ତି ମନମୋହନ ସାମଲ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJP Odisha unit president Manmohan Samal said that the BJD leaders are making statements against the Prime Minister out of desperation | Argus News