Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମେଂଟକୁ ନେଇ ବଡ଼ ବୟାନ ଦେଲେ ମନମୋହନ

Odisha

ମେଂଟକୁ ନେଇ ବଡ଼ ବୟାନ ଦେଲେ ମନମୋହନ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମେଂଟକୁ ନେଇ ବଡ଼ ବୟାନ ଦେଲେ ମନମୋହନ

Key Points

  • ଦିଲ୍ଲୀ ବୈଠକ ଉପରେ ସମସ୍ତଙ୍କ ନଜର
  • ମେଂଟକୁ ନେଇ ବଡ଼ ବୟାନ ଦେଲେ ମନମୋହନ
  • କହିଲେ, ଆମେ ସମସ୍ତେ ସିରିୟସ୍‌ ଅଛୁ

ଅର୍ଗସ ବ୍ୟୁରୋ: ଓଡ଼ିଶାକୁ ନେଇ ଦିଲ୍ଲୀରେ ବସୁଛି ବଡ଼ ବୈଠକ । କାହାକୁ ପ୍ରାର୍ଥୀ କରାଯିବ ? କିଏ ପ୍ରାର୍ଥୀ ହେବ ସେନେଇ ଜୋରଦାର ଆଲୋଚନା ହେଉଛି । ହେଲେ ଏତିକି ବେଳେ ଗତକାଲି ଦିଲ୍ଲୀରେ ମନମୋହନ ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାରଣ ମନମୋହନ କହିଛନ୍ତି, ଆମେ ସିରିୟସ ମିଟିଂ କରୁଛୁ । ଆଉ ମନମୋହନଙ୍କ ଏମିତି ବୟାନ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।  

ଓଡ଼ିଶାକୁ ନେଇ ନିଇତି ଦିଲ୍ଲୀରେ ବସୁଛି ବୈଠକ । କେମିତି ଓ କାହାକୁ ପ୍ରାର୍ଥୀ ହେବ ସେନେଇ ଚାଲିଛି ଆଲୋଚନା । ଗୋଟିଏ ସପ୍ତାହ ଭିତରେ ପାଖାପାଖି ଚାରିଚାରିଥର ମିଟିଂ ବି ହେଲାଣି । ସେଇଥି ଲାଗି ତ ବିଜେପିକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବସିଥିବା ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି ମନମୋହନ । ଏମିତିକି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ସଂସଦୀୟ ବୋର୍ଡ ନେଉଥିବାରୁ ମନମୋହନଙ୍କ ଦିଲ୍ଲୀ ଗସ୍ତ ବେଶ ଚର୍ଚ୍ଚାରେ ।

ଏପଟେ, ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି, ବିଗୁଲ ବି ବାଜିସାରିଛି । ହେଲେ ରାଜ୍ୟରେ ବିଜେପି-ବିଜେଡି ଭିତରେ ମେଂଟ ହେବ କି ନାହିଁ ସେନେଇ ଚର୍ଚ୍ଚା ଥମୁନି । କାରଣ ଏବେ ବି ସୋସିଆଲ ମିଡିଆରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ମେଂଟକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ପ୍ରାର୍ଥୀ ଚୂଡାନ୍ତ କରିସାରିଛି ରାଜ୍ୟ ବିଜେପି । ୧୪୭ ବିଧାନସଭା ଏବଂ ୨୧ ଲୋକସଭା ଆସନ ପାଇଁ ଯୋଦ୍ଧା ତାଲିକା ପ୍ରସ୍ତୁତ କରି ଦଳ କେନ୍ଦ୍ରୀୟ କମିଟି ପାଖକୁ ନେଇକି ଯାଇଛି । କୋର୍ କମିଟି ବୈଠକ ଏବଂ ନିର୍ବାଚନ କମିଟି ବୈଠକରେ ମାନସ ମନ୍ଥନ ସହ ଭଲ ସଂଗଠନ ଏବଂ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ସର୍ଟ ଲିଷ୍ଟ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP President Manmohan Samal's | Argus News