Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ କରିଛି ବିଜେଡି ସରକାର !

Odisha

ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ କରିଛି ବିଜେଡି ସରକାର !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ କରିଛି ବିଜେଡି ସରକାର !

Key Points

  • ବିଜ୍ଞାପନରେ କୋଟି କୋଟି ଖର୍ଚ୍ଚ କରିଛି ବିଜେଡି ସରକାର
  • ଦେଢ ବର୍ଷରେ ସରକାର ତହବିଲରୁ ୪୦ କୋଟି ବାଏଁ ବାଏଁ ଉଡିଛି
  • ବିଧାନସଭାର ତଥ୍ୟକୁ ନେଇ ଚର୍ଚ୍ଚା ବଢିଲା

ଅର୍ଗସ ବ୍ୟୁରୋ: ନିଇତି ବିଜେଡି ସରକାରର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । କେବଳ ଫଟୋ ବିଜ୍ଞାପନ ପାଇଁ ସତେ ଯେମିତି ନବୀନ ବାବୁ ରାଜ୍ୟ ରାଜକୋଷ ଖୋଲି ଦେଇଥିଲେ । ଅର୍ଥାତ୍‌ ଯେତେ ପାରୁଛି ସେତେ ଟଙ୍କା ନେଇ ବିଜ୍ଞାପନ ଦେବାର କୁଆଡେ ଥିଲା ଅନ୍ଧାରୀ ନିର୍ଦ୍ଦେଶ । ମାତ୍ର ଦେଢ ବର୍ଷରେ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା ୪୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା । କଥା ଏତିକିରେ ସରିନି ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେତେବେଳର 5T ସଚିବ ଓ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ଙ୍କ ଫଟୋ ଥାଇ ବି ମାଳମାଳ ବିଜ୍ଞାପନ ଦିଆଯାଇଛି ବିଭିନ୍ନ ଖବର କାଗଜକୁ। ଯାହାକୁ ନେଇ ବିଧାନସଭାରେ ଏବେ ଶାସକ-ବିରୋଧୀ ମୁହାଁମୁହିଁ ।

ବିଧାନସଭାରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ପ୍ରଶ୍ନ କରିଥିଲେ , ୨୦୨୩ ଜାନୁଆରୀରୁ ୨୦୨୪ ମେ’ ଯାଏ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଓ ଅଧ୍ୟକ୍ଷଙ୍କ ଫଟୋ ଥାଇ କେତେ ଟଙ୍କାର ବିଜ୍ଞାପନ ଦିଆଯାଇଛି ? ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ସୂଚନା ଓ ଲୋକସଂପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପୂର୍ବ ସରକାରରେ ନବୀନଙ୍କ ଫଟୋ ଥାଇ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପାଇଁ ମୋଟ୍ ୩୩ କୋଟି ୭୧ ଲକ୍ଷ ୪୯ ହଜାର ୧୦୬ ଟଙ୍କାର ବିଜ୍ଞାପନ ବିଭିନ୍ନ ଖବରକାଗଜକୁ ଦିଆଯାଇଛି । ଏହାସହ ନବୀନ ଓ ପାଣ୍ଡିଆନଙ୍କ ଫଟୋ ଥାଇ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ବାବଦକୁ ସରକାରଙ୍କ ରାଜ୍ୟସ୍ଵରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ଖର୍ଚ୍ଚ ଜଣାପଡ଼ିବା ପରେ ଉଭୟେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ବିଜେଡିକୁ ଘେରିଛନ୍ତି ।

ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ପରେ ପ୍ରଶ୍ନ ଉଠୁଛି, ସରକାରୀ ଚାକିରିରେ ଥିବାବେଳେ ପାଣ୍ଡିଆନଙ୍କ ଫଟୋ ବିଜ୍ଞାପନ ଲାଗିଥିଲା ନା ଚାକିରି ଛାଡ଼ିବା ପରେ ? ପାଣ୍ଡିଆନଙ୍କ ଏକଛତ୍ରବାଦ ଶାସନରେ ମନ୍ତ୍ରୀ-ବିଧାୟକଙ୍କ ଭେଲ୍ୟୁ କମିଥିବାରୁ କେବଳ ନବୀନ ଓ ପାଣ୍ଡିଆନଙ୍କ ସର୍ବାଧିକ ଫଟୋ ବିଜ୍ଞାପନ ପ୍ରକାଶ କରାଯାଇଥିଲା କି ? କୌଣସି ମନ୍ତ୍ରୀ ନଥିବା ପରେ ବି ଏତେ ମାତ୍ରାରେ ବିଜ୍ଞାପନ କାହିଁକି ? ଫଟୋ ବିଜ୍ଞାପନରେ ଯଦି ଏତେ ଖର୍ଚ୍ଚ ହୋଇଛି, ତାହାଲେ ହୋର୍ଡିଂ, ବ୍ୟାନରରେ କେତେ ଖର୍ଚ୍ଚ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ । ସେପଟେ, ପୁରା ବିଜ୍ଞାପନରେ କେତେ ଖର୍ଚ୍ଚ ହୋଇଛି ତାହା ଉପରେ ଏବେ ପୁରା ରାଜ୍ୟବାସୀଙ୍କ ନଜର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen And Pandian | Argus News