Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କହୁ କହୁ କହିଦେଲେ ପାଣ୍ଡିଆନ, ବିରୋଧୀ ଦେଲେ କଡା ଜବାବ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କହୁ କହୁ କହିଦେଲେ ପାଣ୍ଡିଆନ, ବିରୋଧୀ ଦେଲେ କଡା ଜବାବ

Key Points

  • ପ୍ରକୃତରେ ଦୃଷ୍ଟିବାଧିତ କିଏ ?
  • ସରକାର ନା ବିରୋଧୀ ?
  • ନିଜ କଥାରେ ନିଜେ ଫଶିଗଲେ ପାଣ୍ଡିଆନ୍‌

ଅର୍ଗସ ବ୍ୟୁରୋ: ସାରା ରାଇଜଟାକୁ ଯଦି ବୁଲି ଆସିବେ ତେବେ ଦେଖିବେ ଦୁର୍ନୀତି କେଉଁ ମାତ୍ରାରେ ହୋଇଛି? କେଉଁ କେଉଁଠି ହୋଇଛି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ସହରର ଉନ୍ନତିକରଣରେ ହେଉ । ପ୍ରତି କାମରେ ଦୁର୍ନୀତିରେ ପିଜି କରିଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଯେତେବେଳେ ବିରୋଧୀ ଖୋଲୁଛନ୍ତି ସେତେବେଳେ ଏହାକୁ କିନ୍ତୁ ଗ୍ରହଣ କରିପାରୁନାହାନ୍ତି ରାଜ୍ୟ ସରକାର କି ପାଣ୍ଡିଆନ । ବୋଧହୁଏ ସେଇଥି ଲାଗି ରୂପାନ୍ତିକରଣ ସହ ଅନ୍ଧ ଶବ୍ଦର ପ୍ରୟୋଗ କରିଥିଲେ ପାଣ୍ଡିଆନ୍‌ । ଯାହାକୁ ନେଇ ତେଜିଲାଣି ରାଜ୍ୟ ରାଜନୀତି ।

ଗଂଜାମ ଛତ୍ରପୁରର ସୁନ୍ଦରେଶ୍ଵର ଗସ୍ତରେ ଯାଇଥିଲେ ପାଣ୍ଡିଆନ । ପାଣ଼୍ଡିଆନଙ୍କ ଗସ୍ତ ଲାଗି ଶାସକଦଳର ନେତାଏ କର୍ମୀଙ୍କୁ ଏକାଠି କରିଥିଲେ । ଭିଡ ବି ଥିଲା । ଆଉ ଏତିକିବେଳେ ଉତ୍ସାହର ସହ ବିରୋଧୀଙ୍କୁ ଆକ୍ଷେପ କରି କହୁ କହୁ ପାଣ୍ଡିଆନ କହିଦେଇଥିଲେ କି କିଛି ଜଣ ରୂପାନ୍ତୀକରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏମିତିକି ଆଖି ଯଦି ଖୋଲିକି ଦେଖିବେ ତେବେ ବିକାଶ ଦିଶିବ ବୋଲି କହିଥିଲେ ପାଣ୍ଡିଆନ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ରାଜ୍ୟର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଆଉ ସରକାରୀ ଟଙ୍କାରେ ବେଫିକର ହୋଇ ବୁଲୁଛନ୍ତି ପାଣ୍ଡିଆନ । ଏମିତିକି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସାମ୍ବାଦିକ ରୁବେନ ବାନାର୍ଜୀ ଗୋଟିଏ ଅଭିଯୋଗ ସଂଗ୍ରହ କରିବାକୁ ରାଜ୍ୟ ସରକାର କେତେ ଖର୍ଚ୍ଚ କରୁଛନ୍ତି ତାହାର ବି ଗୁମର ଖୋଲିଥିଲେ । ଏକଥା କାହାକୁ ବି ଅଛପା ନାହିଁ ବିକାଶ ନାଁରେ ରାଜ୍ୟରେ କେମିତି ବିନାଶ ହେଉଛି । ହେଲେ ସଭା ମଂଚରେ ଯେମିତି ଅନ୍ଧ ଶବ୍ଦ ବ୍ୟବହାର କଲେ ପାଣ୍ଡିଆନ ତାହାକୁ ନେଇ ଏବେ ଅସନ୍ତୋଷ ବଢୁଛି । ଏପଟେ ବିଜେପି ନେତା ପାଣ୍ଡିଆନଙ୍କ ଅପଶବ୍ଦକୁ ନେଇ ପ୍ରତିକ୍ରିୟା ବି ରଖିଛନ୍ତି । ତେବେ ପାଣ୍ଡିଆନ ବିଜେଡିରେ ଯୋଗ ଦେଉ ଦେଉ ଅନ୍ଧ ଶବ୍ଦ ବ୍ୟବହାର କରିଥିବାରୁ ଏହାକୁ ନେଇ ସୃଷ୍ଟି ହେଲାଣି ରାଜନୈତିକ ଝଡ଼ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandian | Argus News