Videos
|
Odisha

ଓଡ଼ିଶାରୁ କେଉଁଠୁ ହେବେ କିଏ ପ୍ରାର୍ଥୀ ? ତାଲିକା ଘୋଷଣା କଲା ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ଓଡ଼ିଶାରୁ କେଉଁଠୁ ହେବେ କିଏ ପ୍ରାର୍ଥୀ ? ତାଲିକା ଘୋଷଣା କଲା ବିଜେପି

ଅର୍ଗସ ବ୍ୟୁରୋ: ଅପେକ୍ଷାର ଅନ୍ତ ହେଲା । ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା । ଅନେକ ଦିନ ହେଲାଣି ରାଜ୍ୟରେ ଚର୍ଚ୍ଚା ହେଉଥିଲା କି କେବେ ଘୋଷଣା ହେବ ପ୍ରାର୍ଥୀ ତାଲିକା । ଏହାରି ଭିତରେ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଲା । ବିଜେପି ଆଜି ପ୍ରାର୍ଥୀ ଘୋଷଣା କଲା । ଏଠାରେ କହିରଖୁଛୁ କି, ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀରୁ ଆସିବା ପରେ ଟିକଟ ଘୋଷଣା ହେବା ନେଇ ସଙ୍କେତ ଦେଇଥିଲେ । ଆଉ ବର୍ତ୍ତମାନ ସମୟରେ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେଲା ।

ତେବେ ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ପଞ୍ଚମ ପର୍ଯ୍ୟାୟ ତାଲିକାରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଓଡ଼ିଶାର ମୋଟ ୨୧ ଆସନରୁ ୧୮ ଲୋକସଭା ସିଟ୍‌ରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ । ପୁରୀରୁ ପ୍ରାର୍ଥୀ ହେବେ ସମ୍ବିତ ପାତ୍ର ହୋଇଥିବା ବେଳେ ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କିଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟରୁ ବିଜେପି ପ୍ରାର୍ଥୀ ହେବେ କାଳେରାମ ମାଝୀ । ହେଲେ ଧର୍ମେନ୍ଦ୍ର ସମ୍ବଲପୁରରୁ ପ୍ରାର୍ଥୀ ହେବେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP | Argus News