Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି

Key Points

o    ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତି
o    ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା ?
o    ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକ ପାଖରେ ଅଛି କି ?
o    ଆପଣଙ୍କର ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ଆପଣ  କେମିତି ଦୁରେଇଗଲେ ?
o    ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟ ମାନଙ୍କୁ କହିବ
o    ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି  ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ  ?
 

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ପରମ୍ପରା ଉଚ୍ଚକୋଟୀର ବୋଲି ଆମେ କହିଆସିଛୁ । ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କଲେଣି । ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତି ବୋଲି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ । 

ମହାଲିଙ୍ଗ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ  ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା ? ଆପଣଙ୍କ ମାଲିକ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ଭାଷା କି ? ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକ ପାଖରେ ଅଛି କି ? ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟ ମାନଙ୍କୁ କହିବ । ବିଜେଡି ନେତାଙ୍କ ପାଠ କମ ବସ୍ତାନି ବେଶୀ । ଆପଣଙ୍କର ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ଆପଣ  କେମିତି ଦୁରେଇଗଲେ ? ସ୍ୱର୍ଗତ ଅଶୋକ ଦାସ ବି ଉପରେ ରହି ଭାବୁଥିବେ, ସେ ଯେଉଁ ପିଲାକୁ ଗଢିଥିଲେ, ସେ ଆଜି କେଉଁ ଭଳି କାମରେ ନିୟୋଜିତ ଅଛି ? ଆପଣ କେବେ କ୍ରୀତଦାସ ଭୂମିକାର ଦାୟିତ୍ୱ ତୁଲାଉଛନ୍ତି ତ ଆଉ କେତେବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । 

ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଆପଣ ଯେଉଁ ପାଠ ପଢାଉଛନ୍ତି, ତାହା ଦୁର୍ଭାଗ୍ୟଜନକ । ପ୍ରଣବ ଦାସଙ୍କ ଭଳି ନେତାଙ୍କ ଠାରୁ ଅବା କ’ଣ ଆଶା କରାଯାଇପାରେ  ? ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି  ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ  ? ଓଡ଼ିଶାରୁ ଏଭଳି ହୀନ ରାଜନୈତିକ ପରମ୍ପରା ଆପଣଙ୍କ ଭଳି ନେତାମାନେ ଆରମ୍ଭ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜା ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲୋଇସିଂହା ବିଧାୟକ ଟ୍ୱିଟ୍ କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP responded to BJd leader Pranab Das's tweet | Argus News