Videos
|
Odisha

Odisha Assembly / ବିଜେପି କହିଲା, ଜାଣିଶୁଣି ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବିଜେପି କହିଲା, ଜାଣିଶୁଣି ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ

Key Points

ବିଜେଡି - କଂଗ୍ରେସ ଭିତରେ ମାଇଲେଜ୍ ପଲିଟିକ୍ସ
ସାର ଅଭାବ ପ୍ରସଙ୍ଗରେ କଂଗ୍ରେସର ମୁଲତବୀ ପ୍ରସ୍ତାବ, ବିଜେଡି କଲା ହୋହାଲ୍ଲା
ଆଲୋଚନା ବଦଳରେ ଗୃହ ଅଚଳ କଲେ ବିଜେଡି
ବିଜେପି କହିଲା, ଜାଣିଶୁଣି ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ
କଂଗ୍ରେସ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି


ସାର ସମସ୍ୟାକୁ ପ୍ରସଙ୍ଗ କରି ବିଧାନସଭାରେ ବିଜେଡିର ହାଇ ଡ୍ରାମା । ସମାନ ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ଆଲୋଚନା କରାଇ ଦେଲାନି ବିଜେଡି । ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ସାର ଅଭାବ କଥା ଉଠାଇ ବିଜେଡି ଜୋରଦାର ହଟ୍ଟଗୋଳ କଲା । କଂଗ୍ରେସ ବିଧାୟକ ମାନେ ବି ନିଜ ଆସନରେ ଛିଡ଼ା ହୋଇ କଲେ ପ୍ରତିବାଦ । ବିଜେଡି ଓ କଂଗ୍ରେସ ମଧ୍ୟରେ ଲାଗିଲା ପଲିଟିକାଲ ମାଇଲେଜ୍ ଲାଗି ପ୍ରତିଯୋଗିତା । ପ୍ରଶ୍ନକାଳ ବାତିଲ କରି ସାର ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡି ଦାବି କରିଥିବା ବେଳେ କଂଗ୍ରେସ କଲା କଡ଼ା ସମାଲୋଚନା । ଦିନ ତମାମ ହଟ୍ଟଗୋଳ ଜାରି ରହିବାରୁ ବାରମ୍ବାର ବିଧାନସଭା ମୁଲତବୀ କଲେ ବାଚସ୍ପତି ।

ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । କହିଛି, ଦୁଇ ବିରୋଧୀ ଦଳ ଗଣତନ୍ତ୍ରରେ ବିଶ୍ୱାସ କରୁ ନାହାନ୍ତି । ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ବନ୍ଦ କରିବାର କିଛି ଯଥାର୍ଥତା ନଥିଲା । ସାର ନେଇ କଂଗ୍ରେସର ମୁଲତବୀ ପ୍ରସ୍ତାବ ବି ଗ୍ରହଣ ହୋଇଥିଲା, ସରକାର ବି ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଜାଣିଶୁଣି ବିରୋଧୀ ଦଳ ଗୃହ ଅଚଳ କଲେ।

ସେପଟେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ପୂର୍ବରୁ ଗଣମାଧ୍ୟମରେ ବିବୃତି ଦେଇଥିବାରୁ କଂଗ୍ରେସ ଦଳ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସେପଟେ ଅନାସ୍ଥା ନେଇ ନୋଟିସ୍ ପାଇଛନ୍ତି, କିନ୍ତୁ ଗୃହ ଅର୍ଡରରେ ନ ଥିବାରୁ ବିଚାର ପାଇଁ ଗ୍ରହଣ କରାଯାଇ ପାରିବ ନାହିଁ କହିଛନ୍ତି ବାଚସ୍ପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories