Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଷ୍କର୍ମ କଲେ, ବିଜେଡି ନେତା ବୋଲି ପୋଲିସ ଛାଡିଦେଲା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଦୁଷ୍କର୍ମ କଲେ, ବିଜେଡି ନେତା ବୋଲି ପୋଲିସ ଛାଡିଦେଲା !

Key Points

  • ଦୁଷ୍କର୍ମ କଲେ, ବିଜେଡି ନେତା ବୋଲି ପୋଲିସ ଛାଡିଦେଲା
  • ଇଏ ପୁଣି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ
  • ଏଇଠି କି ଶାସନ ଚାଲିଛି ?

ଅର୍ଗସ ବ୍ୟୁରୋ : ଉତ୍ପାତ ହେବାର ସବୁ ସୀମା ଟପିଗଲେଣି ବିଜେଡି ନେତା । ବହୁଚର୍ଚ୍ଚିତ ବ୍ରହ୍ମପୁର ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ବିଜେଡି ଛାତ୍ର ନେତା ବିକ୍ରମ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ମାମଲା ରୁଜୁ ହେଲା, ଡାକ୍ତରୀ ମାଇନା ହେଲା । ହେଲେ କୋର୍ଟ ଚାଲାଣ ବେଳକୁ ଅଭିଯୁକ୍ତଙ୍କୁ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ବରଂ ବିକ୍ରମଙ୍କର ସହ କୁଆଡ଼େ ଜିଲ୍ଲାର ବଡ଼ ନେତାଙ୍କ ସହ ସମ୍ପର୍କ ରହିଛି, ତେଣୁ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କୁନ୍ଥୁକୁନ୍ଥୁ ହେଉଥିବା ସନ୍ଦେହ ଉପୁଜିଲାଣି । 

ସେଦିନ ଥିଲା ମେ' ୩ । ସ୍ଥାନ-ବ୍ରହ୍ମପୁର । ବ୍ରହ୍ମପୁରରୁ ସାମ୍ନାକୁ ଆସିଲା ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରି ସାଙ୍ଘାତିକ ମାମଲା । ମେ' ୫ ତାରିଖ,  ପୀଡିତାଙ୍କ ଅଭିଯୋଗ ପରେ ରୁଜୁ ହେଲା ମାମଲା । ମେ' ୭ ତାରିଖରେ ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା ପୋଲିସ । ହେଲେ କୋର୍ଟ ଚାଲାଣ ବେଳକୁ କାହିଁକି ୩ ଜଣଙ୍କୁ ଛାଡି ଦିଆଗଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର । 

ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ବିକ୍ରମଙ୍କର କୁଆଡ଼େ ଗଂଜାମର ବଡ ବିଜେଡି ନେତାଙ୍କ ସମ୍ପର୍କ ଭାରି ନିବିଡ । ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ଖାସ୍ ହେଉଛି ବିକ୍ରମ । ସେଇଥି ଲାଗି ତାକୁ ଛୁଇଁବାକୁ ସାହସ କରୁନି ପୋଲିସ । ଖାଲି ଏତିକି ନୁହେଁ ବରଂ ବିକ୍ରମ ସିଏ ଯିଏ କି ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ କାରରେ ଚଢି ଗଣ୍ଡଗୋଳ କରିଥିଲା । ହେଲେ ଏବେ ପ୍ରଶ୍ନ, ଏମିତି ଅଭିଯୁକ୍ତଙ୍କୁ କାହିଁକି ଛାଡିଦେଲା ପୋଲିସ ? ନିର୍ବାଚନ ବେଳେ ବିକ୍ରମଙ୍କୁ ଗିରଫ ନକରିବାକୁ ପଡିଥିଲା କି ଚାପ ? ଦୁଷ୍କର୍ମ ଭଳି ସଙ୍ଗୀନ ଘଟଣାରେ ବିକ୍ରମଙ୍କୁ ଗିରଫ କରାଯାଇଥିଲେ, ଦଳର ଭାବମୂର୍ତ୍ତି ଉପରେ ଆଂଚ୍ ଆସିବା ଆଶଙ୍କାରେ ତାଙ୍କୁ ପୋଲିସ ଛାଡିଦେଇଥିଲା କି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଏଇ ଗୋଟିଏ ଘଟଣା ନୁହେଁ, ବରଂ ରାଜ୍ୟରେ ଏମିତି ଅନେକ ଘଟଣାରେ ବିଜେଡି ନେତା ସିଧାସଳଖ ଦାୟୀ ଥିବା ପରେ ବି ବିଜେଡି କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥୁକୁନ୍ଥୁ ହେଉଛି । ତେଣୁ ଆଗାମୀ ଦିନରେ ବିକ୍ରମ ଊପରେ କାର୍ଯ୍ୟାନୁଷ୍ଠାନ ନନିଆଗଲେ ବଡ଼ ଧରଣର ଆନ୍ଦୋଳନ ହେବା ସହ ଏହାର ଜବାବ ଭୋଟ୍‌ରେ ହିଁ କନଭର୍ଟ ହେବ ବୋଲି କୁହାଯାଉଛି ।

 

Sponsored
Berhampur gangrape case | Argus News