Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ସିଏମସିର ଦୁର୍ନୀତି ଭ୍ରଷ୍ଟାଚାର ଦାଣ୍ଡରେ ପଡି ହାଟରେ ଗଡୁଛି'

Smruti Parija
Browse all articles by Smruti Parija
·2 years ago·2 min read
'ସିଏମସିର ଦୁର୍ନୀତି ଭ୍ରଷ୍ଟାଚାର ଦାଣ୍ଡରେ ପଡି ହାଟରେ ଗଡୁଛି'

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ଜାତୀୟ ମାନ୍ୟତା ଦାବି ମେୟରଙ୍କ ନାଟକ । ଶ୍ରମିକଙ୍କ ଟଙ୍କା ଆତ୍ମସାତ କରିବା ତାଙ୍କ ପୁରୁଣା ପ୍ରବୃତ୍ତି । ଏବେ କଟକ ମହାନଗର ନିଗମର ଦୁର୍ନୀତି ଭ୍ରଷ୍ଟାଚାର ଦାଣ୍ଡରେ ପଡି ହାଟରେ ଗଡୁଛି । ବିରୋଧୀ କର୍ପୋରେଟରମାନେ ଯେତେବେଳେ ଏହି କଥା ଉଠାଇଲେ ସେତେବେଳେ ସିଏମସି ମେୟର ଆଉ କମିଶନର ବୈଠକ ଛାଡି ଚାଲିଗଲେ । ଏକଥା ଆଜି ବି ତଦନ୍ତ ସାପେକ୍ଷ । ଏ ପ୍ରଶ୍ନ ଆଜି ବି କଟକବାସୀଙ୍କ ମନରେ ରହିଛି । ଗତବର୍ଷ ବାଲିଯାତ୍ରାରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତି ପାଇଁ ଆଜି ବି ସନ୍ଦେହ ରହିଛି । କଟକ ସହରର ବ୍ୟାପକ ଦୁର୍ନୀତିରେ ତତ୍କାଳୀନ ଜିଲ୍ଲାପାଳଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏଭଳି ଅଭିଯୋଗ ଆଣିଛନ୍ତି ।

 ଅନ୍ୟପକ୍ଷରେ ଏହି ଦାବିକୁ ନେଇ ସେ ବିଭିନ୍ନ ପ୍ରଶ୍ନ ମଧ୍ୟ କରିଛନ୍ତି । ମେୟର କେବେ ଦେଇଥିଲେ ଚିଠି ? ଅକ୍ଟୋବର ମାସ 17 ତାରିଖରେ ଚିଠି ଦେଲେ । ନଭେମ୍ବର ମାସରେ ବାଲିଯାତ୍ରା ଅଥଚ ଅକ୍ଟୋବର ମାସରେ ଚିଠି ଦେବାର ଆଭିମୁଖ୍ୟ କଣ ରହିଛି ତାହା ସ୍ପଷ୍ଟ ବୋଲି ସେ କହିଛନ୍ତି । ତା ସହିତ ସଂସ୍କୃତି ବିଭାଗର କାମ ହେଉଛି ଆମ ସଂସ୍କୃତିକୁ ସୁରକ୍ଷା ଦେବା । କିନ୍ତୁ ବାଲିଯାତ୍ରା କେବଳ ସଂସ୍କୃତି ବିଭାଗ ଅଧିନ ନୁହଁ ବରଂ ବାଣିଜ୍ୟ ବିଭାଗ ମଧ୍ୟ ଏଥିରେ ରହିଛି ଏକଥା ପ୍ରଥମେ ମେୟର ବୁଝନ୍ତୁ ।  

କେବଳ ବୈଜ୍ଞାନିକ ପଦ୍ଧତିରେ ଯୋଜନାବଦ୍ଧ ଭାବେ ଚିଠି ଖଣ୍ଡେ ଲେଖି ଦେଇ ଦୋଷ ଦେବା ଖୁବ ସହଜ କିନ୍ତୁ ସୁବାସ ସିଂଙ୍କ ଚରିତ୍ର ହେଉଛି ସେ ଶ୍ରମିକମାନଙ୍କର ଅର୍ଥରାଶି ଏମିତି କି ଶ୍ରମିକମାନଙ୍କ ଚପଲ କିଣାରେ ବ୍ୟାପକ ଦୁର୍ନୀତିରେ ଭାଗିଦାର ଥିଲେ । କେନ୍ଦ୍ର ସରକାର ହାତରୁ ଦିଅନ୍ତି ନାହିଁ । ଅଯଥା ଅଭିଯୋଗ କରି କିଛି ଲାଭ ନାହିଁ । ପ୍ରଥମେ ନିଜେ ଦୁର୍ନୀତି ମୁକ୍ତ ହୁଅନ୍ତୁ  ତାପରେ ବାଲିଯାତ୍ରାକୁ ମାନ୍ୟତା ନମିଳିବା ନେଇ ଦୋଷ ଦେବେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjp-spokes-person-dillip-mallick-target-cmc-mayor-over-balijatra | Argus News