BMCରେ ଆକ୍ରମଣ ଘଟଣା; ୫ ବିଜେପି କର୍ମୀଙ୍କୁ ନିଲମ୍ବନ କଲେ ବିଜେପି ରାଜ୍ୟ ସଭାପତି

Key Points
BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା
୫ ବିଜେପି କର୍ମୀଙ୍କୁ ନିଲମ୍ବନ କଲେ ବିଜେପି ରାଜ୍ୟ ସଭାପତି
ଗତକାଲି ତିନିଜଣଙ୍କୁ କରାଯାଇଥିଲା ଗିରଫ
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୫ ବିଜେପି କର୍ମୀଙ୍କୁ ନିଲମ୍ବନ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ନିଲମ୍ବନ କରାଯାଇଛି । କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତକାଲି ଆକ୍ରମଣ ପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତିନିଜଣଙ୍କୁ ଗିରଫ କରାଯାଇଥିଲା ।
ସେପଟେ BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ନାଁରେ ସ୍ବଚ୍ଛ ସାଥୀଙ୍କ ଅଭିଯୋଗ । ମୋତେ ଚାକିରିରୁ ବାହାର କରି ଦେବାକୁ ଷଡ଼ଯନ୍ତ୍ର କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଲୋକ ନେବାରୁ ଚାକିରି ନେଇଯିବାର ଧମକ ଦେଉଥିଲେ । ମୁଁ ବିଜେପି ରାଲିକୁ ଲୋକ ନେଇ ଯିବାରୁ ୩୪ ନଂ କର୍ପୋରେଟର ଓ ତାଙ୍କ ସ୍ବାମୀଙ୍କ ଜରିଆରେ ମୋତେ ଧମକାଉଥିଲେ । ମୁଁ ଏବାବଦରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜଣାଇଥିଲି । ଜଗା ଭାଇ ଫୋନ୍ କରିବାରୁ ରତ୍ନାକର ସାର୍ ତାଙ୍କୁ ବ୍ୟବହାର ଖରାପ କଲେ । ଆଉ ଏହି ଘଟଣାରୁ ହିଁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ ।
📱 Get Argus News App
✨ବିଏମ୍ସି ଆକ୍ରମଣ ଘଟଣାରେ OAS ସଂଘର ବଡ଼ ନିଷ୍ପତ୍ତି ନେଇଥିଲା । ସମୂହ ଛୁଟିରେ ଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଲା ସଂଘ । ଘଟଣାକୁ ନିନ୍ଦା କରିବା ସହ ଆଜିଠୁ ସମୂହ ଛୁଟିରେ ଯିବାକୁ ନେଇଥିଲେ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସମୂହ ଛୁଟି ନିଷ୍ପତ୍ତି ସ୍ଥଗିତ ହୋଇଥିଲା । OAS ସଂଘ ସହ ଘଟଣାକୁ ନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟ ଶାସନ ସଚିବ ଓ DGP ଉପସ୍ଥିତ ଥିଲେ । ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘର ଦାବି ହୋଇଥିଲା ।