Videos
|
Odisha

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ ବିଜେପି ରାଜ୍ୟ ସଭାପତିଙ୍କ ନାମ

Banajyotshna Ray
Browse all articles by Banajyotshna Ray
·1 year ago
ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ ବିଜେପି ରାଜ୍ୟ ସଭାପତିଙ୍କ ନାମ

ଅର୍ଗସ ବ୍ୟୁରୋ:  ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ ପୁଣି ଓଡ଼ିଶା ଆସିବା ନେଇ କହିଛନ୍ତି ରାଜ୍ୟ ନିର୍ବାଚନ ସହପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ । ସେ କହିଛନ୍ତି ଓଡ଼ିଶା ଆସି ବାକି ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ସହ ଖୁବଶୀଘ୍ର ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ ।


ସେହିପରି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ସଂଗଠନ ପର୍ବ ଚାଲିଛି ଏବଂ ରାଜ୍ୟ ଗୁଡିକରେ ସଭାପତି ନିର୍ବାଚନ ଏହାର ଏକ ଅଂଶ । ଓଡ଼ିଶାରେ ବୁଥ କମିଟିଠୁ ଆରମ୍ଭ କରି ସମସ୍ତ ନିର୍ବାଚନ ସରିଛି, ପ୍ରଦେଶ ସଭାପତି ଖୁବଶୀଘ୍ର ହେବେ । ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଯେ, ଫେବ୍ରୁଆରୀ ପ୍ରଥମ ସପ୍ତାହ ଭିତରେ ଆଉ କିଛି ଜିଲ୍ଲାର ସଭାପତି ବି ଘୋଷଣା ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP state president's name to be announced by first week of February | Argus News