BJP / ବିଜେପି ପ୍ରେସମିଟ୍ ; 'ଆଜି ସମ୍ବିଧାନ ବଞ୍ଚାଓ ସମାବେଶ ନୁହେଁ , କଂଗ୍ରେସ ବଞ୍ଚାଓ ସମାବେଶ'

Key Points
ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରେସମିଟ କରିଛନ୍ତି । ରାହୁଲଙ୍କ ଗସ୍ତକୁ ନେଇ ବିଜେପିର ଏହି ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି, ସମ୍ବିଧାନକୁ ଅପବ୍ୟବହାର ଏବଂ ଅପମାନ କରିଛି କଂଗ୍ରେସ । ଆଜି ସମ୍ବିଧାନ ବଞ୍ଚାଓ ସମାବେଶ ନୁହେଁ, ବରଂ କଂଗ୍ରେସ ବଞ୍ଚାଓ ସମାବେଶ ବୋଲି କହିଛନ୍ତି ବିରଞ୍ଚି ।
ବିଜେପିର ପ୍ରେସମିଟ୍ । କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରେସମିଟ କରିଛନ୍ତି । ରାହୁଲଙ୍କ ଗସ୍ତକୁ ନେଇ ବିଜେପିର ଏହି ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି, ସମ୍ବିଧାନକୁ ଅପବ୍ୟବହାର ଏବଂ ଅପମାନ କରିଛି କଂଗ୍ରେସ । ଆଜି ସମ୍ବିଧାନ ବଞ୍ଚାଓ ସମାବେଶ ନୁହେଁ, ବରଂ କଂଗ୍ରେସ ବଞ୍ଚାଓ ସମାବେଶ ବୋଲି କହିଛନ୍ତି ବିରଞ୍ଚି । ଏଥିସହ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଲ ଖଡଗେ ଆମର ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବା ନେଇ, ଆଜି ଓଡିଶା ମାଟିରେ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରେସମିଟରେ ଦାବି କରାଯାଇଛି । ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏପରି ଅପମାନ ଦେବା ନିନ୍ଦନୀୟ ବୋଲି ସେ କହିଛନ୍ତି ।
ବିରଞ୍ଚି କହିଛନ୍ତି, କଂଗ୍ରେସ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ଗଣତନ୍ତ୍ରର ହତ୍ୟା କରିଛି କଂଗ୍ରେସ । କଂଗ୍ରେସ ଲଗାତାର ସମ୍ବିଧାନର କଣ୍ଠରୋଧ କରିଛି । ୩୫୬ ଧାରାକୁ ଅପବ୍ୟବହାର କରିଛି କଂଗ୍ରେସ । ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିଛନ୍ତି । କଂଗ୍ରେସ ଯୋଗୁ କାଶ୍ମୀରର ଅବସ୍ଥା ଖରାପ ରହିଛି । କଂଗ୍ରେସ ଦଳ ପରିବାରବାଦ ଉପରେ ପର୍ଯ୍ୟବେଶିତ । ଦିନକୁ ଦିନ କଂଗ୍ରେସ ତଳକୁ ତଳ ଯାଉଛି । ସେଥିପାଇଁ ସମସ୍ତଙ୍କ ସାମ୍ନାରେ ଆଜି ଓଡିଶା ମାଟିରେ କଂଗ୍ରେସ କ୍ଷମା ପ୍ରାର୍ଥନା କରୁ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ ।
📱 Get Argus News App
✨Related Topics
Explore more stories