Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ଦୁଇ ଦିନ ଧରି ଚାଲିବ ବିଜେପି ପ୍ରଶିକ୍ଷଣ ଶିବିର

Odisha

ଆଜିଠୁ ଦୁଇ ଦିନ ଧରି ଚାଲିବ ବିଜେପି ପ୍ରଶିକ୍ଷଣ ଶିବିର

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠୁ ଦୁଇ ଦିନ ଧରି ଚାଲିବ ବିଜେପି ପ୍ରଶିକ୍ଷଣ ଶିବିର

ଆଜିଠୁ ଦୁଇ ଦିନ ଧରି ଚାଲିବ ବିଜେପି ପ୍ରଶିକ୍ଷଣ ଶିବିର । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରର ଉଦଘାଟନ କରିବା ସହ ନୂଆ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୩ ତାରିଖ ଯାଏ ଚାଲିବ ପ୍ରଶିକ୍ଷଣ । ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଏଥିରେ ଭାଗ ନେବେ । ଏଥିସହିତ ବିଜେପିର ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ, ସମସ୍ତ ପଦାଧିକାରୀ ଏଥିରେ ଯୋଗଦେବେ ।

କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ, ଜନତାଙ୍କ ସେବା କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବେ ଓ ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ ସେନେଇ ତାଲିମ୍ ଦିଆଯିବ । ପ୍ରଶିକ୍ଷଣରୁ ଉପଲବ୍ଧ ଜ୍ଞାନକୁ ନେଇ ତୃଣମୂଳ ସ୍ତରରେ ବାଣ୍ଟିବେ ନେତା । ଏହାପୂର୍ବରୁ ଆଜି ବରିଷ୍ଠ ନେତାଙ୍କ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଜେପି ନଡ୍ଜା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bjp-training-camp-to-continue-for-two-days-from-today | Argus News