Odisha Politics / BJPର ବଡ଼ ବୈଠକ ! ମୁଖ୍ୟମନ୍ତ୍ରୀ-ରାଜ୍ୟ ସଭାପତି ବି ସାମିଲ
·6 months ago·2 min read

Key Points
କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବା ନେଇ ଆଲୋଚନା ହୋଇପାରେ ।
ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ବସିଛି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ । ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସାଙ୍ଗଠନିକ ସ୍ଥିତି ଏବଂ ରଣନୀତି ନେଇ ଚାଲିଛି ଆଲୋଚନା । ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ ସନ୍ତୋଷ ଆସି କରିଥିଲେ ବୈଠକ ।
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତିଙ୍କ ସହ କରିଥିଲେ ରୁଦ୍ଧ ଦ୍ୱାର ଆଲୋଚନା । ଡିସେମ୍ବର ସୁଦ୍ଧା ସମସ୍ତ କମିଟି ସାରିବାକୁ ଦେଇଥିଲେ ନିର୍ଦ୍ଦେଶ । ତେଣୁ ସେ ନେଇ ଆଲୋଚନା ହୋଇପାରେ । ଅନ୍ୟପଟେ ଦିଲ୍ଲୀ ଗସ୍ତରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚାଇବା ନେଇ ଆଲୋଚନା ହୋଇପାରେ ।
ନିକଟରେ ଦିଲ୍ଲୀରେ ବିଜେପିର ବଡ଼ ସାଂଗଠନିକ ପରିବର୍ତ୍ତନ ହୋଇଛି । ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ବିହାର ସରକାରରେ ମନ୍ତ୍ରୀ ଥିବା ନୀତିନ ନବୀନଙ୍କୁ ଦଳର କାର୍ଯ୍ୟକାରିଣୀ ସଭାପତି ଭାବେ ନିଯୁକ୍ତି କରିଛି । ବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହର ବାଜିଛି । ତାଙ୍କର ସାଂଗଠନିକ ଅଭିଜ୍ଞତା, ତୃଣମୂଳ ସ୍ତରର ଉପସ୍ଥିତି ଏବଂ ପ୍ରଶାସନିକ କ୍ଷମତାକୁ ଉଲ୍ଲେଖ କରି ଦଳୀୟ ନେତୃତ୍ୱ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ୪୫ ବର୍ଷୀୟ ନୀତିନ ନବୀନ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
ଏହି ନିଯୁକ୍ତି ତତ୍କାଳ କାର୍ଯ୍ୟକାରୀ ହୋଇଛି । ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ ଏକ ପ୍ରେସ୍ ରିଲିଜ୍ ଜାରି ହୋଇଥିଲା । ବିଜେପି ଜାତୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ।
ଯୁବ ମୋର୍ଚ୍ଚାରୁ...
ନୀତିନ ନବୀନ ତାଙ୍କ ରାଜନୈତିକ ଜୀବନର ଆରମ୍ଭ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ରୁ ଆରମ୍ଭ କରିଥିଲେ । ଏହାପରେ ରାଷ୍ଟ୍ରୀୟ ମହାମନ୍ତ୍ରୀ ଓ ଯୁବ ସଂଗଠନର ରାଜ୍ୟ ସଭାପତି ଭାବେ କାମ କରିଛନ୍ତି । ଆଉ ସେହି ଅନୁଭବକୁ ନେଇ ସେ ରାଜ୍ୟ ପ୍ରଭାରୀ ପରେ ଏବେ କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ନୀତିନ ଜଣେ ଏମିତି ନେତା ଯିଏ ସଂଗଠନର ପ୍ରତିଟି ସ୍ତରରେ କାମ କରିଛନ୍ତି । ଯୁବ ମୋର୍ଚ୍ଚାରୁ ନେଇ ରାଜ୍ୟ ସରକାର ଆଉ ଏବେ ରାଷ୍ଟ୍ରୀୟ ସଂଗଠନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଦଳ ଭିତରେ ଏକ ଭରସାର ପ୍ରତୀକ ।
ଦଳରେ ସେ ଜଣେ ଶୃଙ୍ଖଳିତ ସଂଗଠକ, ରକ୍ଷକ ଏବଂ ତୃଣମୂଳ ସ୍ତର ସହ ଯୋଡ଼ି ହୋଇ ରହିଥିବା ନେତା । ଏହା ପୂର୍ବରୁ ନୀତିନ ନବୀନ ଛତିଶଗଡ଼ର ପ୍ରଭାରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ବୁଥ୍ ସ୍ତରରୁ ପରିଚାଳନା, ସଂଗଠନ ବୃଦ୍ଧି ଓ ନିର୍ବାଚନ ରଣନୀତି ଯୋଗୁଁ ଛତିଶଗଡ଼ରେ ବିଜେପିକୁ ମିଳିଥିଲା ବଡ଼ ବିଜୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories