ବିଜେପିର ଅଭିଯୋଗ, ଅଶାନ୍ତ କରିବାକୁ ବିଜେଡିର ଷଡ଼ଯନ୍ତ୍ର

ଭଦ୍ରକ: ବିଜେପି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି କହିଲା ଭଦ୍ରକରେ ଅଶାନ୍ତି ପାଇଁ ବିଜେଡି କରିଥିଲା ଷଡ଼ଯନ୍ତ୍ର । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ । ଭଦ୍ରକ ହିଂସା ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପି । କହିଲା ଠିକଣା ସମୟରେ କଡ଼ା ପଦକ୍ଷେପ ଯୋଗୁଁ ନିୟନ୍ତ୍ରଣକୁ ଆସିଲା ପରିସ୍ଥିତି । 24ବର୍ଷ ଶାସନରେ ହିଂସାକାଣ୍ଡର ପ୍ରମାଣ ରଖି ବିଜେଡିକୁ ଚୁପ କଲା ବିଜେପି । ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କଲେ ଡିଜି । ବିଜେଡି ଶାସନରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶାର ଛବିକୁ ମଳିନ କରିଛି ବୋଲି ବିଜେଡିର ଅଭିଯୋଗ ପରେ ବିଜେପି କହିଲା, ଭଦ୍ରକ ସାମ୍ପ୍ରଦାୟିକ ହିଂସା ପଛରେ ବିଜେଡି । ଜିଲ୍ଲା ସମୀକ୍ଷା ନାଁରେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ପାଈଁ ଷଡଯନ୍ତ୍ର କରୁଛନ୍ତି ନବୀନ । କ୍ଷମତାରୁ ଯିବା ପରେ ସାଂପ୍ରଦାୟିକ ଦଙ୍ଗା କରିବାକୁ ଚେଷ୍ଟା କରୁଛନ୍ତି ନବୀନ ।
ନବୀନ ବାବୁ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଠିକ ନୁହେଁ. ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 24ବର୍ଷ ଶାସନରେ ହିଂସାକାଣ୍ଡର ପ୍ରମାଣ ରଖି ବିଜେଡିକୁ ଚୁପ କଲା ବିଜେପି । କନ୍ଧମାଳ ଦଙ୍ଗା, 2017 ଭଦ୍ରକ ହିଂସା, ସମ୍ବଲପୁର ହିଂସା ବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ ନବୀନ ବାବୁ ଭାବନ୍ତୁ ବୋଲି କହିଛି ବିଜେପି । କନ୍ଧମାଳ ଦଙ୍ଗାର ଯିଏ ମୁଖ୍ୟ ଅଭିଯୁକ୍ତ ସିଏ ବିଜେଡିର ରାଜ୍ୟସଭା ସାଂସଦ । କମିଶନ ତଦନ୍ତ ରିପୋର୍ଟ କାହିଁକି ଚାପି ରଖିଲେ. ନବୀନ ବାବୁ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି । ଭଦ୍ରକରେ ଏବେ ଯାଏଁ ଗିରଫ ହୋଇଥିବା ଅଭିଯୁକ୍ତ ବିଜେଡିର ଆଗ ଧାଡ଼ିର ସଦସ୍ୟ । ତେଣୁ ଭଦ୍ରକ ହିଂସା ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛି ବିଜେପି। ଠିକଣା ସମୟରେ ଯଦି ବିଜେପି ସରକାର କଡା ପଦକ୍ଷେପ ନେଇନଥାନ୍ତେ ସ୍ଥିତି ଆଉଟ ଅଫ କଂଟ୍ରୋଲ ହୋଇଥାନ୍ତା । ଭଦ୍ରକରେ ହିଂସା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜି । ପ୍ରଥମେ ଧାମନଗର ପରେ ଭଦ୍ରକ ଯାଇ ସ୍ଥିତି ପରଖିଛନ୍ତି ଡିଜିପି ୱାଇବି ଖୁରାନିଆ। ସେ କହିଛନ୍ତି,
-ସୋସିଆଲ ମିଡିଆରୁ ଦୂରେଇ ରୁହନ୍ତୁ,
-ଅଯଥା କମେଣ୍ଟ କରନ୍ତୁନି ।
-ସାଧାରଣ ଲୋକ ଭୟଭୀତ ହେବା ଆବଶ୍ୟକ ନାହିଁ ।
-ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ୍ ଓ ୧୬୩ ଧାରା ଅବଧି ବଢ଼ାଇ ଦିଆଯାଇପାରେ
-ହିଂସାକାଣ୍ଡ ଘଟଣାରେ 8ଟି ମାମଲା ରୁଜୁ ହୋଇଛି
-ମୋଟ ଗିରଫ ସଂଖ୍ୟା 33ରେ ପହଞ୍ଚିଛି ।
-ପୁରୁଣା ବଜାର ଅଞ୍ଚଳ ସହିତ ଧାମନଗର NAC ଅଞ୍ଚଳରେ 163 ଧାରା ଜାରି ରହିଛି
-ଇଣ୍ଟରନେଟ ସେବା ମଧ୍ୟ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି
-ପୁରୁଣା ବଜାର ଓ ଧାମନଗରରେ 18 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
-ଦୁଇ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ ମୃତୟନ
-ହିଂସା ଘଟଣାରେ ଯେଉଁ ମାନେ ଦୋଷୀ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
📱 Get Argus News App
✨ଜିଲ୍ଲାପାଳ କହିଛନ୍ତି ଜିଲ୍ଲାରେ ଶାନ୍ତି ବଜାୟ ରହିଛି । ଖୁବଶୀଘ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ଦେବା ଉପରେ ଆଲୋଚନା ଚାଲିଛି । ତେବେ ଜିଲ୍ଲାରେ କେହି ମିଥ୍ୟା ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି ।