Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ହାଇଭଲଟେଜ ପ୍ରଚାର

Rashmita Mishra
Browse all articles by Rashmita Mishra
·1 year ago·1 min read
ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ହାଇଭଲଟେଜ ପ୍ରଚାର

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ହାଇଭଲଟେଜ ପ୍ରଚାର । ଆଜି ବିଭିନ୍ନ ସ୍ଥାନରେ ହେଭିଓ୍ବେଟ ନେତାଙ୍କ ନିର୍ବାଚନୀ ଗସ୍ତ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତରପୁର,ହଜାରୀବାଗ ଓ ପୋଟକା ବିଧାନସଭା କ୍ଷେତ୍ରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବାକୁ ଥିବା ବେଳେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଖୁଣ୍ଟି ଓ ଚତରା ବିଧାନସଭା କ୍ଷେତ୍ରରେ କରିବେ ପ୍ରଚାର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ରାମଗଡ, ବିଶ୍ରାମପୁର ଓ ରାଞ୍ଚୀ ବିଧାନସଭା ରେ ନିର୍ବାଚନ ପ୍ରଚାର କରିବେ । କେନ୍ଦ୍ର କୃଷିମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଭାରୀ ଶିବରାଜ ସିଂହ ଚୌହାନ ବରକଠା, କାଂକେ ଓ ରାଞ୍ଚୀ ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ସହ ପ୍ରଭାରୀ ହେମନ୍ତ ବିଶ୍ବଶର୍ମା ବଡକାଗାଓଁ, ଡାଲଟନଗଞ୍ଜ,ଚକ୍ରଧରପୁର ଓ ମାଣ୍ଡର ବିଧାନସଭା କ୍ଷେତ୍ରରେ ପାଇଁ ପ୍ରଚାର କରିବେ । 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଆ ବହୁଳ ଅଞ୍ଚଳ ବହଡାଗୋଡା ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଦିନେଶାନନ୍ଦ ଗୋସ୍ୱାମୀ ଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ 'ତାଡଓ୍ବା' ଠାରେ କିଶାନ ସମ୍ମିଳନୀରେ ଯୋଗ ଦେବେ ଏବଂ  ଏହାପରେ 'ଚୌରଙ୍ଗି' ଓ 'ବାଗଡାଚୁଡା' ଠାରେ ଜନସଭା ରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's high-voltage campaign for Jharkhand elections | Argus News