ବିଏମସି ମେୟର ସୁଲୋଚନା ଦାସଙ୍କୁ କଳାପତାକା ପ୍ରଦର୍ଶନ

Key Points
ରାଜଧାନୀରେ ସୁଲୋଚନାଙ୍କୁ କଳାପତାକା ପ୍ରଦର୍ଶନ
ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ନେଇ ତାତିଲେ ଲୋକେ
ବିଏମସି ମେୟରଙ୍କୁ କଳାପତାକା ପ୍ରଦର୍ଶନ । 14 ନମ୍ବର ବିଏମସି ୱାର୍ଡ ଅଫିସ ସମ୍ମୁଖରେ ବିଏମସି ମେୟର ସୁଲୋଚନା ଦାସଙ୍କୁ କଳାପତାକା ପ୍ରଦର୍ଶନ । ନିକଟରେ ଗଣମାଧ୍ୟମରେ ରୋହିଜ୍ଞା ବାଂଲାଦେଶୀଙ୍କ ସପକ୍ଷରେ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ରାଜଧାନୀବାସିନ୍ଦା । ସବୁଆଡେ ବାଂଲାଦେଶୀଙ୍କୁ ବିରୋଧ ହେଉଛି । କିନ୍ତୁ ମେୟର ସେମାନଙ୍କୁ କିପରି ରାସନ କାର୍ଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିବା ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି। ମେୟରଙ୍କ ଏହି ମନ୍ତବ୍ୟଙ୍କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦେଶର ସୁରକ୍ଷା ପାଇଁ ପାକିସ୍ତାନୀ ଓ ବାଂଲାଦେଶୀଙ୍କୁ ଦେଶରୁ ବିତାଡିତ କରାଯାଉଥିବା ବେଳେ ମେୟରଙ୍କ ଏଭଳି ମନ୍ତବ୍ୟକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ବାଂଲାଦେଶୀ ଉଚ୍ଛେଦ ସମୟରେ ଏଭଳି ହୀନ ରାଜନୀତିକୁ ସ୍ଥାନୀୟ ଲୋକେ ଓ ରାଜଧାନୀବାସୀ ବିରୋଧ କରିଥିବା ଦେଖିବାକୁ ମିଳିଛି।