Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

Odisha

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

Banajyotshna Ray
Browse all articles by Banajyotshna Ray
·2 years ago
ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ: ପୁଣି ଅନ୍ଧବିଶ୍ୱାସ ନେଲା ଜୀବନ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବଡ଼ାବାସିନୀ ଆଦିବାସୀ ଗାଁରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ସୂଚନା ଅନୁଯାୟୀ ଫେବୃଆରୀ ୨୯ ତାରିଖ ରାତିରେ ଗାଁର ଚମରିନ ଭତ୍ରାଙ୍କୁ ଗୁଣିଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ୮ଜଣ ବ୍ୟକ୍ତି ହତ୍ୟା କରିଥିଲେ। ତେବେ ଘଟଣାରେ ଉମରକୋଟ ପୋଲିସ କଳାହାଣ୍ଡି ଜିଲ୍ଲା ମୋଟେର ନିକଟରୁ 3ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଥିବା ବେଳେ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି ।ତେବେ ସମସ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
black magic kills old woman on suspicion | Argus News