Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘର ବାହାରେ ହେଉ ବା ଭିତରେ ଆପେ ଆପେ ଚିରି ଯାଉଛି ଲୁଗା ପଟା

Smruti Parija
Browse all articles by Smruti Parija
·1 year ago·2 min read
ଘର ବାହାରେ ହେଉ ବା ଭିତରେ ଆପେ ଆପେ ଚିରି ଯାଉଛି ଲୁଗା ପଟା

ଭଦ୍ରକ: ବିଜ୍ଞାନ ଯୁଗରେ ଗୁଣି ଗାରେଡି କଥା କହିଲେ ହୁଏତ କେହି ବିଶ୍ୱାସ କରିବେ ନାହିଁ । ହେଲେ ଏବେ ବି ଗୁଣି ଗାରେଡି ହେଉଛି ।  ଏକଥା ଆମେ କହୁନୁ । ବରଂ ଆମେ ବର୍ତ୍ତମାନ ଯେଉଁ ଦୃଶ୍ୟ ଦେଖାଇବାକୁ ଯାଉଛୁ ଏହା ପରେ ଆପଣ ବି କହିବେ ଆଧୁନିକ ଯୁଗରେ ଏବେବି ଗୁଣି ଗାରେଡି ଆଉ ସେହି ଅନ୍ଧ ବିଶ୍ୱାସ ଲୋକଙ୍କ ମଧ୍ୟରେ ରହିଛି । ଏ ଦୃଶ୍ୟ ଆପଣଙ୍କ ଭାବିବାକୁ ବାଧ୍ୟ କରିବ ।

ଏ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଂଚାୟତର ବିନାୟକପୁର ଗାଁର ଘଟଣା । ବିନାୟକପୁର ଗାଁର ଲକ୍ଷ୍ମୀପ୍ରିୟା ନାୟକଙ୍କ ପରିବାର ମଧ୍ୟରେ ଏକ ଅଦ୍ଭୂତପୂର୍ବ ଘଟଣା ଦେଖାଦେଇଛି । ଘର ବାହାରେ ହେଉ ଅବା ଘର ଭିତରେ ସବୁଆଡେ ମହିଳାଙ୍କ ଲୁଗା ପଟା ଆପେ ଆପେ ଚିରି ଯାଉଛି । ଆଉ ଏବେ ଛୋଟ ଛିଟ ଝିଅ ମାନଙ୍କର ମଧ୍ୟ ଲୁଗା ପଟା ସେମିତି ଫାଡ଼ି ହେଇଯାଉଛି । ଏମିତିକି ଲୁଗାପଟାକୁ ଆଲମିରା ଭିତରେ ରଖି ପରିବାର ଲୋକ ଚାବି ପକାଇ ରଖିଲେ ମଧ୍ୟ ଆଲମିରା ଭିତରେ ଥିବା ଲୁଗା ଗୁଡିକ ଆପେ ଆପେ ଫାଡ଼ି ହୋଇଯାଉଛି । 

ଆଉ କପଡା ପାଖରେ ବ୍ଲେଡ଼୍ ପଡୁଛି ।  ଏମିତିକି ଖାଇବା ପଦାର୍ଥ ମଧ୍ୟ କାଟି ହେଇଯାଉଛି । ଘର ଲୋକ ରୋଟି କରିବା  ପାଇଁ ଅଟା ବେଲୁଥିବା ସମୟରେ ରୋଟି ଗୁଡିକ ଆପେ ଆପେ ମଝିରୁ ଖଣ୍ଡ ବିଖଣ୍ଡିତ ହେଇଯାଇଛି । ଯାହାକୁ ନେଇ ପିରବାର ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି  । ଏପରି ଘଟଣା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟବୀତ । ଏପରି ଘଟଣା ପରେ ଲୋକ ଗୁଣି ଗାରେଡିକୁ ବିଶ୍ୱାସ କରିବା ସହିତ ଅନ୍ଧ ବିଶ୍ୱାସକୁ ଜାବୁଡି ରଖିବାକୁ ବାଧ୍ୟ ହେଇଛନ୍ତି ।  ଏ ଘଟଣାଟି କେବଳ ଗୋଟିଏ ପରିବାର ସହିତ ହିଁ ହେଉଛି । ଏନେଇ ପୁରା ଗାଁରେ ଏବେ କୋକୁଆ ଭୟ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
black-magic-suspension-in-bhadrak-basudevpur | Argus News