Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାହାଙ୍ଗା ଅଞ୍ଚଳରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ: ବ୍ଲକ ଶିକ୍ଷାଧିକାରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାହାଙ୍ଗା ଅଞ୍ଚଳରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ: ବ୍ଲକ ଶିକ୍ଷାଧିକାରୀ

Key Points

ଖୋଲିବ ବନ୍ଦ ଥିବା ସ୍କୁଲ

ପୂର୍ବ ସରକାରରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

ନିର୍ଦ୍ଦେଶ ଦେଇଛନ୍ତି ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ

ପୂର୍ବ ସରକାରରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ । ମାହାଙ୍ଗା ଅଞ୍ଚଳରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାହାଙ୍ଗା ବ୍ଲକ ଶିକ୍ଷାଧିକାରୀ । ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ନିଜ ଅଂଚଳର ବନ୍ଦ ଥିବା ପ୍ରାଥମିକ ସ୍କୁଲର ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଥମେ ଆଲୋଚନା କରିଥିଲେ । ପରେ ବିଧାୟକ ସରକାରଙ୍କ ସହ ଆଲୋଚନା କରି ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ଘଟଣାର ପୁଂଖାନୁପୁଂଖ ଆଲୋଚନା କରିଥିଲେ ।


କଟକ ଜିଲ୍ଲା ମାହାଙ୍ଗା ଶିକ୍ଷା ମଣ୍ଡଳ ଅଧିକାରୀଙ୍କ ଅଧୀନସ୍ଥ ବନ୍ଦ ହୋଇଥିବା ୫୧ଟି ସ୍କୁଲ ମଧ୍ୟରୁ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ୧୪ଟି ସ୍କୁଲକୁ ପୁନଃ ଖୋଲିବାକୁ ବ୍ଲକ ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ । ପୂର୍ବ ସରକାରରେ ବନ୍ଦ ଥିବା ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ। ସେମାନଙ୍କ ଭବିଷ୍ୟତ ଗଢ଼ିଉଠିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
block-education-officer-orders-to-reopen-closed-schools-in-mahanga-area | Argus News