ବୁର୍ଲା ଭୀମସାରରେ ରକ୍ତର ଅଭାବ

ପଶ୍ଚିମ ଓଡ଼ିଶାର ବଡ଼ ମେଡିକାଲ ବୁର୍ଲା ଭୀମସାର ରେ ରକ୍ତ ର ଅଭାବ ଦେଖା ଦେଇଛି । ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଆସିଥାନ୍ତି । ଏକ ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ରକ୍ତର ଆବଶ୍ୟକତା ପଡିଥାଏ । ସେଥିମଧ୍ୟରୁ ସଡ଼କ ଦୁର୍ଘଟଣା ହୋଇଥିବା ବ୍ୟକ୍ତି ମାନଙ୍କୁ ଅତି ଜରୁରୀ ଭାବରେ ରକ୍ତ ର ଆବଶ୍ୟକ ପଡିଥାଏ । ଠିକ ସମୟରେ ରକ୍ତ ନ ମିଳିଲେ ଜୀବନ ଚାଲିଯାଏ । ଗର୍ଭବତୀ ମହିଳାଙ୍କୁ ମଧ୍ୟ ଜରୁରୀ କାଳୀନ ପରିସ୍ଥିତି ରେ ରକ୍ତ ର ଆବଶ୍ୟକ ପଡିଥାଏ । ତାହାଙ୍କୁ ମଧ୍ୟ ଠିକ ସମୟରେ ରକ୍ତ ନ ମିଳିଲେ ମା ଓ ନବଜାତ ଶିଶୁ ପ୍ରତି ବିପଦ ହୋଇଥାଏ । ବୁର୍ଲା ଭୀମସାରର ରକ୍ତ ଭଣ୍ଡାରରେ କୌଣସି ୟୁନିଟର ରକ୍ତ ନଥିବା ହେତୁ ରୋଗୀ ହଇରାଣ ହେବା ସହିତ ଜୀବନ ମଧ୍ୟ ଚାଲିଯାଇଛି ।
ବୁର୍ଲା ଭୀମସାରରେ ରକ୍ତ ଅଭାବ ହେତୁ ଅନେକ ସମସ୍ୟା ଦେଖା ଦେଇଛି। ଏନେଇ ଭୀମସାର ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ କଥାଟି ସତ ବୋଲି କହିଥିଲେ । କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ଅନୁଷ୍ଠାନ ଓ ସମାଜସେବୀମାନଙ୍କୁ ଅନୁରୋଧ କରିଛନ୍ତି । ରକ୍ତ ଦାନ କଲେ ଆଗକୁ ଆଉ ରକ୍ତର ଅଭାବ ଦେଖା ଦେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଭୀମସାରରେ ରକ୍ତ ଅଭାବ ହେତୁ ରୋଗୀ ହଇରାଣ ହେଉଛନ୍ତି । ରକ୍ତ ଦାନ କରିବା ପାଇଁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।