ଓଡ଼ିଆ ପକ୍ଷ; ବର୍ଣ୍ଣବୋଧ ବାଣ୍ଟିଲେ, ରକ୍ତଦାନ କଲେ

ଓଡ଼ିଆ ପକ୍ଷ ପାଳନର ଆଜି ସପ୍ତମ ଦିବସ । ଆଜିର ଦିବସରେ ସରକାରଙ୍କ ଓଡ଼ିଆ ପକ୍ଷ ପାଳନର କାର୍ଯ୍ୟସୂଚୀ ଅନୁସାରେ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା । ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସଦର ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର କର ପୁଲିସ ହାଇସ୍କୁଲରେ ପହଞ୍ଚି ପିଲାମାନଙ୍କୁ ସ୍ବାଗତ କରିଥିଲେ ।
ନୂଆ ହୋଇ ବିଦ୍ୟାଳୟକୁ ଆସିଥିବା ପିଲାମାନଙ୍କ ସହ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ବାର୍ତ୍ତାଳାପ କରିବା ସହ ବର୍ଣ୍ଣବୋଧ ପୁସ୍ତିକା ବଣ୍ଟନ କରିଥିଲେ । ପିଲାମାନେ ବର୍ଣ୍ଣବୋଧ ପାଇ ବହୁତ ଖୁସି ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶିବରାମ ମିଶ୍ର, ଶିକ୍ଷକ କିରଣ ବାଳା ଦାଶ, କୁନମୁନ ମହାନ୍ତି, ପ୍ରଭାତ କୁମାର ଦାସ, ଲକ୍ଷ୍ମୀ ପ୍ରିୟା ସେଠୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
📱 Get Argus News App
✨ସେହିପରି ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ହୋଇଛି ରକ୍ତଦାନ ଅଭିଯାନ । ଆଜିର ସମୟରେ ଜଣେ ଅସୁସ୍ଥ ବ୍ୟକ୍ତି ପାଇଁ ରକ୍ତ ଯୋଗାଡ଼ କରିବା ଏକ ବଡ଼ ଅସୁବିଧା । ବିଶେଷ କରି ଖରା ଦିନେ।ଯେଉଁପରି ଭାବରେ ରକ୍ତଭଣ୍ଡାର ଗୁଡିକରେ ରକ୍ତ ର ଅଭାବ ପରିଲିକ୍ଷିତ ହୁଏ ତାହା ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟେ ।
ତେଣୁ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ରକ୍ତଦାନ ଅଭିଯାନ ମାଧ୍ୟମରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 100 ୟୁନିଟ୍ ର ରକ୍ତ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି ।