Videos
|
Odisha

ନିଶା କାରବାର, ସାଇବର କ୍ରାଇମ୍ ଚ୍ୟାଲେଞ୍ଜର ମୁକାବିଲା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

Smruti Parija
Browse all articles by Smruti Parija
·1 year ago·1 min read
ନିଶା କାରବାର, ସାଇବର କ୍ରାଇମ୍ ଚ୍ୟାଲେଞ୍ଜର ମୁକାବିଲା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

Key Points

  • ଭୁବନେଶ୍ବର ପୋଲିସ ଡିଜି ସମ୍ମିଳନୀର ଦ୍ଵିତୀୟ ଦିନ 
  • ସବୁ ରାଜ୍ୟର DGPଙ୍କ ସହ ମୋଦି ଓ ଶାହାଙ୍କ ୱାନ୍ ଟୁ ୱାନ୍ ଆଲୋଚନା
  • ଆତଙ୍କବାଦ, ମାଓବାଦ ମୂଳୋତ୍ପାଟନ ସହ ସୀମା ଓ ଉପକୂଳ ସୁରକ୍ଷା ନେଇ ମନ୍ଥନ 
  • ନିଶା କାରବାର, ସାଇବର କ୍ରାଇମ୍ ଚ୍ୟାଲେଞ୍ଜର ମୁକାବିଲା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଅର୍ଗସ ବ୍ୟୁରୋ: ସମୟ ସକାଳ 6.30। ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନ। ରାଜ୍ୟ ଅତିଥି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଞ୍ଚିଲେ ସବୁ ରାଜ୍ୟର ପୋଲିସ ମୁଖିଆ। ସକାଳ 8.10ରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ 8.15ରେ କନଭେନସନ ହଲରେ ପହଂଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ..8.25ରେ ପହଂଚିଲେ ପିଏମ୍ ମୋଦି। ଘଣ୍ଟା ଘଣ୍ଟା ଧରି ଚାଲିଲା ମିଟିଂ। ସୂଚନା ଅନୁସାରେ ସବୁ ରାଜ୍ୟର ପୋଲିସ ଡିଜିଙ୍କ ସହ ମୋଦି ଓ ଶାହା ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି। 

ଦ୍ବିତୀୟ ଦିନ ବୈଠକର ମୁଖ୍ୟ ଏଜେଣ୍ଡା ସୀମା ସୁରକ୍ଷା। ଏହାସହ ଦେଶରୁ ଆତଙ୍କବାଦ ଓ ମାଓବାଦର ମୂଳୋତ୍ପାଟନ ନେଇ ମଧ୍ୟ ସମ୍ମିଳନୀରେ ହୋଇଛି ଜୋରଦାର ମନ୍ଥନ, ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ୍ । ବାଂଲାଦେଶୀ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଉପକୂଳ ସୁରକ୍ଷା ଦିଗରେ ବି ବିସ୍ତୃତ ଆଲୋଚନା ହୋଇଛି। ନିଶା କାରବାର, ସାଇବର କ୍ରାଇମ୍ ରୋକିବା ଦିଗରେ କଡ଼ା ପଦକ୍ଷେପ ଉପରେ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। 

କିଛି ମାସ ପୂର୍ବରୁ ଦେଶରେ ଭାରତୀୟ ନ୍ୟାୟ ସଂହିତା ପ୍ରଣୟନ କରାଯାଇଛି। ଏହାର ଅନୁପାଳନ ଉପରେ ମଧ୍ୟ ପିଏମ୍ ଓ ଗୃହମନ୍ତ୍ରୀ ପୋଲିସ ଡିଜିମାନଙ୍କ ସହ ଆଲୋଚନା କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Blueprint prepared to tackle drug trafficking, cybercrime challenges-in-india | Argus News