Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ, ସମୂହ ଛୁଟିରେ ଯିବେ OAS ଅଧିକାରୀ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ, ସମୂହ ଛୁଟିରେ ଯିବେ OAS ଅଧିକାରୀ

Key Points

ଜନଶୁଣାଣି ଚାଲିଥିବା ବେଳେ କିଛି ବ୍ୟକ୍ତି ଅଫିସରଙ୍କ ଚାମ୍ବର ଭିତରକୁ ପଶି ଆସିଥିଲେ ।

ତାଙ୍କ କଲର ଟାଣି ମାଡ଼ ମାରିଥିଲେ ।

ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।


ସମୂହ ଛୁଟିରେ ଯିବେ OAS ଅଧିକାରୀ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ ସମସ୍ତେ ଛୁଟିବାକୁ ନେଇଛନ୍ତି ନିଷ୍ପତ୍ତି । କାଲିଠାରୁ ସମୂହ ଛୁଟିରେ ଯିବେ OAS ଅଧିକାରୀ । OAS ଆସୋସିଏସନ ପକ୍ଷରୁ ଦିଆଗଲା ଆନ୍ଦୋଳନ ଡାକରା । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣକୁ OAS ଆସୋସିଏସନ ନିନ୍ଦା କରିଛି ।


ଜନଶୁଣାଣି ଚାଲିଥିବା ବେଳେ କିଛି ବ୍ୟକ୍ତି ଅଫିସରଙ୍କ ଚାମ୍ବର ଭିତରକୁ ପଶି ଆସିଥିଲେ । ତାଙ୍କ କଲର ଟାଣି ମାଡ଼ ମାରିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଆକ୍ରମଣର ପ୍ରତିବାଦ କରି ବିଏମସିର ସମସ୍ତ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ନିଜ ସୁରକ୍ଷା ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଛନ୍ତି। ସେପଟେ ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବାଶିଷ, ରଶ୍ମୀ ଓ ଜୀବନ । ଯେଉଁ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ସେମାନଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ସେଗୁଡ଼ିକ ହେଲା BNS ଧାରା ୩୩୩, ୧୩୨, ୧୨୧(୧), ୧୨୧(୨), ୧୦୯, ୩୫୧(୨), ୬୨, ୧୪୦(୨), ୩୦୪, ୫୪, ୬୧(୨), ୧୮୯(୨), ୧୯୦, ୩(୫)ରେ ମାମଲା ରୁଜୁ କରାଯାଇଛି ।

ଏହି ଆକ୍ରମଣ ପରେ ଥାନାରେ ଏତଲା ଦେଇଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ। ସେ ଦର୍ଶାଇଥିଲେ ଯେ, ୬ରୁ ୭ ଜଣ ଅଜଣା ବ୍ୟକ୍ତି ହଠାତ୍ ଅଫିସ୍ ଭିତରକୁ ପଶିଆସି ଏଣୁ ତେଣୁ କହି ପିଟିବା ଆରମ୍ଭ କରିଥିଲେ । ଏପରିକି ଯୁବକମାନେ ତାଙ୍କୁ ଜୋରଜବରଦସ୍ତ ଟାଣି ନେଇ ବାହାରକୁ ନେଇଯାଇଥିଲେ । ତଳେ ପକାଇ ତାଙ୍କୁ ବିଧା ଗୋଇଠା ମଧ୍ୟ ମାରିଛନ୍ତି । ଯାହାକି ଭାଇରାଲ ଭିଡିଓରେ ଜଣାପଡ଼ୁଛି ।

ଅତିରିକ୍ତ କମିଶନରଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଏମସି କର୍ମଚାରୀ। ଯେ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ସେପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ସୁରକ୍ଷା ଦାବି କରିଛନ୍ତି। ସେପଟେ ସ୍ଥିତିକୁ ଦେଖି ବିଏମସି ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BMC Additional Commissioner attacked, OAS officer to go on leave | Argus News