Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ BMC ଅଫିସ୍‌ରୁ ଖସିଲା ସିଲିଂ, ମେୟର କହିଲେ 'ଏ ସବୁ ମେଣ୍ଟେନାନ୍ସ'

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଉଦ୍‌ଘାଟନର ଅଢ଼େଇ ବର୍ଷ ପରେ BMC ଅଫିସ୍‌ରୁ ଖସିଲା ସିଲିଂ, ମେୟର କହିଲେ 'ଏ ସବୁ ମେଣ୍ଟେନାନ୍ସ'

Key Points

ଅସୁରକ୍ଷିତ ୭୩ କୋଟି ଟଙ୍କାର ଅଟ୍ଟାଳିକା


ନିର୍ମାଣର ମାତ୍ର ଅଢ଼େଇ ବର୍ଷ ଭିତରେ ସିଲିଂ ଖସିଲା


ବିପଜ୍ଜନକ BMC ଅଫିସ୍ ବିଲ୍ଡିଂ


୨୦୨୩ରେ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଖି ଖୋସିଲା ଭଳି ଚକାଚକ୍ କୋଠା । ନିର୍ମାଣକୁ ହୋଇଛି ମାତ୍ର ଅଢ଼େଇ ବର୍ଷ । ୭୩ କୋଟି ଟଙ୍କାରେ ତିଆରି ହୋଇଥିଲା ବିଏମସିର ଏହି ବିଲ୍ଡିଂ । ୨୦୨୩ ଫେବ୍ରୁଆରୀରେ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେ ମେୟରଙ୍କ ଚ୍ୟାମ୍ବର ନିକଟରୁ ଖସି ପଡ଼ିଛି ସିଲିଂ । ଯାହାକୁ ନେଇ ମେୟର ଅଜବ ଯୁକ୍ତି ରଖିଥିବା ବେଳେ କାମର ମାନକୁ ନେଇ ପ୍ରଶ୍ନ ଉଠିଛି ।


ରାଜଧାନୀର ଛାତି ଉପରେ ଛିଡ଼ା ହୋଇଛି ଭୁବନେଶ୍ଵର ମହାନଗର ନିଗମର ଅଫିସ୍ । ବାହାରୁ ଆଖିକୁ ଖୁବ୍ ଚକାଚକ ଦେଖା ଯାଉଥିବା କୋଠାର ସତ ଏବେ ପଦାକୁ ଆସିଛି । ଖୋଦ୍ ମେୟରଙ୍କ ଚାମ୍ବର ନିକଟରେ ଛାତରୁ ଖସି ପଡ଼ିଛି ସିଲିଂ । ସକାଳେ ଅପର ଗ୍ରାଉଣ୍ଡ ଫ୍ଲୋରରେ ସଫେଇ ଚାଲିଥିବାବେଳେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ମେୟରଙ୍କ ଚାମ୍ବର ନିକଟରେ ସିଲିଂ ଖସିବାରୁ ଭୟଭୀତ ହୋଇଗଲେ ସଫେଇ କର୍ମଚାରୀ ।


ମାତ୍ର ଅଢ଼େଇ ବର୍ଷ ତଳେ ନୂଆ କରି ନିର୍ମାଣ ହୋଇଥିଲା ବିଏମସି କୋଠା, ଖର୍ଚ୍ଚ ହୋଇଥିଲା ୭୩ କୋଟି ଟଙ୍କା । ୧୬ ଫେବ୍ରୁଆରୀ ୨୦୨୩ରେ ନୂଆ ବିଏମସି ଅଫିସର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ବିଜେଡି ଶାସନରେ କେମିତି ବିଏମସି ଅଫିସ୍ ବିଲ୍ଡିଂ ଭଳି ବଡ଼ ପ୍ରୋଜେକ୍ଟରେ ହୋଇଥିଲା ମହାକେଳେଙ୍କାରୀ ତାର ପ୍ରମାଣ ପୁଣି ଥରେ ସାମ୍ନାକୁ ଆଣିଛି ଏ ଘଟଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଘଟଣାକୁ ନେଇ ଅଜବ ଯୁକ୍ତି ରଖିଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି, ସିଲିଂର ଗୋଟିଏ ପାର୍ଶ୍ଵ କୋଉଠି ଏସିରୁ ପାଣି ଲିକ୍ ହେଲେ ସିଲିଂ ଠିକ୍ କରାଯାଏ । ଅନେକ ସମୟରେ ତାହା ଖରାପ ହେଲେ ତାକୁ କାଢ଼ି ନିଆଯାଇ ନୂଆ ଲଗାଯାଏ । ସିଲିଂ ଗଳି ପଡ଼ିନି । ଏ ସବୁ ମେଣ୍ଟେନାନ୍ସ । ମେଣ୍ଟେନ୍ ନ କଲେ ଏ ସବୁ ହେବ । ଏ ସବୁ ଚାଲିବ । ପ୍ରତ୍ୟେକ ଦିନ ନିଜ ଶହ ଶହ ଲୋକ ବିଏମସି ଅଫିସ ଆସୁଥିବା ବେଳେ ଆଜିର ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Ceiling Collapse Near Bhubaneswar Mayor's Chamber Raises Questions on ₹73 Cr BMC Building Quality | Argus News