BMC କମିଶନରଙ୍କୁ ମାଡ଼ ଘଟଣା, ଜଗନ୍ନାଥଙ୍କୁ ମିଳିଲା ଜାମିନ

Key Points
ଭୁବନେଶ୍ବର FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜିଲ୍ଲା ଏବଂ ଦୌରା ଜଜ୍ଙ୍କ ନ୍ୟାୟାଳୟ ପକ୍ଷରୁ ମିଳିଲା ଜାମିନ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ୫ ଅଭିଯୁକ୍ତ । କିନ୍ତୁ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଜିଦରେ ଅଟଳ ଥିଲା ଓଏଏସ୍ ସଂଘ। ଏହାପରେ ଆତ୍ମସମର୍ପଣ କରିଥିଲେ ଜଗନ୍ନାଥ ।
ଭୁବନେଶ୍ବର FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି ।