Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC Flower Initiative: ପୂଜାଫୁଲରୁ ତିଆରି ହେବ ଧୂପକାଠି, ଲାଗିବ ଠାକୁରଙ୍କ ପୂଜାରେ

Sushanta Sahoo
Browse all articles by Sushanta Sahoo
·10 months ago·2 min read
BMC Flower Initiative: ପୂଜାଫୁଲରୁ ତିଆରି ହେବ ଧୂପକାଠି, ଲାଗିବ ଠାକୁରଙ୍କ ପୂଜାରେ

Key Points

ଗଣେଶ ପୂଜାରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନା ବର୍ଜ୍ୟରୁ ଏହି ଅଭିଯାନ ଆରମ୍ଭ ହେବ । ଏହାଦ୍ଵାରା ପୂଜାର୍ଚ୍ଚନା ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ନ ହେବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେବ ନାହିଁ ।

ଭୁବନେଶ୍ଵର: ପୂଜା ଫୁଲ ଲାଗିବ ଠାକୁରଙ୍କ ପୂଜାରେ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଯାନ ପ୍ରଦାନ କରିବ ବିଏମସି । ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ । ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ପ୍ଲାଣ୍ଟକୁ ପରିବହନ କରାଯିବ ।


ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି । ସାନିଟାରୀ ଷ୍ଟାଫ୍ ଏବଂ ଏନଜିଓ ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପୂଜା କମିଟିର ସଦସ୍ୟମାନଙ୍କୁ ଏହି ସ୍ୱତନ୍ତ୍ର ସେବାର ଉପଯୋଗ କରିବା ପାଇଁ ସେଚେତନ କରିବା ଏବଂ ସେମାନଙ୍କ ଆବର୍ଜନାକୁ ନିର୍ବିଚାରରେ ଫିଙ୍ଗିବା ପରିବର୍ତ୍ତେ ନିର୍ଦ୍ଧାରିତ ସଂଗ୍ରହ ସ୍ଥାନରେ ସଠିକ୍ ଭାବରେ ନଷ୍ଟ କରିବା । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡ଼ିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।


ଭୁବନେଶ୍ୱରରେ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଥିବା ଗଣେଶ ପୂଜାରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନା ବର୍ଜ୍ୟରୁ ଏହି ଅଭିଯାନ ଆରମ୍ଭ ହେବ । ଏହାଦ୍ଵାରା ପୂଜାର୍ଚ୍ଚନା ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ନ ହେବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ଦେବ ନାହିଁ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସଂଗୃହୀତ ପୁଷ୍କ ବର୍ଜ୍ୟକୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦରେ ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ । ଏହାଦ୍ୱାରା ଏକ ସ୍ୱଚ୍ଛ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି ହେବ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ଉପଯୋଗ ସୁନିଶ୍ଚିତ ହେବ ।

Sponsored