Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Khandagiri Mela / BMC ନେଇଛି କଠୋର ନିଷ୍ପତ୍ତି, ଏମାନଙ୍କୁ ଖଣ୍ଡଗିରିରେ ପୁରେଇ ଦେବେନି !

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
BMC ନେଇଛି କଠୋର ନିଷ୍ପତ୍ତି, ଏମାନଙ୍କୁ ଖଣ୍ଡଗିରିରେ ପୁରେଇ ଦେବେନି !
Khandagiri Jatra

Key Points

ମାଘ ମେଳାର ପବିତ୍ରତା, ଶ୍ରଦ୍ଧା ଓ ଆସ୍ଥାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଜାନୁଆରୀ ୨୫ ତାରିଖ ମାଘ ସପ୍ତମୀରୁ ହେବ ଖଣ୍ଡଗିରି ଯାତ୍ରା ବା ମାଘ ମେଳା । ଏନେଇ ବିଏମସିର ସମୀକ୍ଷା ବୈଠକ ହୋଇସାରିଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢ଼ଙ୍ଗରେ ଆୟୋଜନ କରାଯିବ, ସେନେଇ କିଛି କଠୋର ପଦକ୍ଷେପ ନିଆଯାଇଛି । ସେଇମଧ୍ୟରୁ ଗୋଟିଏ ନିଷ୍ପତ୍ତି ହେଲା, ଏଥର ଖଣ୍ଡଗିରି ମାଘ ମେଳାରେ ବୁଲା ବିକାଳିଙ୍କୁ ଏଣ୍ଟ୍ରି ମନା ।

ବିଏମସି ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦିଗରେ ଆଲୋଚନା ସହିତ, ସବୁ ବିଭାଗ ଅଧିକାରୀ, ପୋଲିସ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର, ସିଟି ଇଂଜିନିୟର, ଡେପୁଟି କମିଶନର, ସଂପୃକ୍ତ ଅଂଚଳର କର୍ପୋରେଟର, ଜାଗମରା ଗ୍ରାମ୍ୟ କମିଟି ପ୍ରମୁଖର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଅନ୍ୟପଟେ ମାଘ ମେଳାର ପବିତ୍ରତା, ଶ୍ରଦ୍ଧା ଓ ଆସ୍ଥାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କାହିଁକି ନା ଗତ କିଛି ବର୍ଷ ମାନଙ୍କରେ ତଥାକଥିତ ଭଣ୍ଡ ବାବାମାନେ ଖଣ୍ଡଗିରିକୁ ଆସୁଛନ୍ତି। କିଏ କର୍କଟ ରୋଗ ଭଲ କରିବା ପାଇଁ ପାଣି ବୋତଲ ବ୍ୟବହାର କଥା କହି ଲୋକଙ୍କୁ ଭଣ୍ଡାଉ ଥିଲେ ତ ଆଉ କିଏ ବିଭୂତି ଦେଇ ରୋଗ ଭଲ କରିଦେଉଥିବା ଦାବି କରୁଥିଲେ । ଶ୍ରଦ୍ଧାଳୁମାନେ ଏମାନଙ୍କୁ ବିଶ୍ଵାସ ମଧ୍ୟ କରୁଥିଲେ, ପରେ ଅନେକ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏଭଳି କିଛି ଭଣ୍ଡବାବାଙ୍କ ପାଇଁ ପ୍ରସିଦ୍ଧ ଖଣ୍ଡଗିରି ମେଳାର ଗରିମା କ୍ଷୁର୍ଣ୍ଣ ହେଉଛି । ତେଣୁ ଖଣ୍ଡଗିରିରେ ଭଣ୍ଡ ବାବା ଉପରେ ଲାଗିଛି ରୋକ୍ । ଏହା ଉପରେ କଡ଼ା ନଜର ରଖିବ ଏବଂ ପ୍ରଶାସନ ସହ ସମନ୍ୱୟ ରଖି କାମ କରିବ କମିଟି । ଯଦି ଏଭଳି କୌଣସି ଭଣ୍ଡ ବାବା ମେଳାରେ ନଜର ଆସନ୍ତି କିମ୍ବା ଲୋକଙ୍କୁ ଭ୍ରମିତ କରନ୍ତି, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଯିବ ଏବଂ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ । ଆଉ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଦୀର୍ଘ ୩୩ ବର୍ଷ ଧରି ଖଣ୍ଡଗିରି କୁମ୍ଭମେଳାକୁ ଆସୁଥିବା ହରି ଓମ୍ ବାବା ।

ଅନ୍ୟପଟେ ୫୦୦ ରୁ ଅଧିକ ସାଧୁ, ଯୋଗୀ ଖଣ୍ଡଗିରିକୁ ଆସିବେ । ସେମାନଙ୍କ ରହିବା, ଖାଇବା, ସ୍ନାନ, ଶୌଚ ଓ ଉପାସନା ପାଇଁ ଆଗୁଆ ବନ୍ଦୋବସ୍ତ ସହ ଏଥର ଅଶ୍ଳୀଳତାକୁ ମଧ୍ୟ ନା କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ପରିବେଷଣ ହେବ ଖଣ୍ଡଗିରି ଯାତ୍ରା । ପୂର୍ବ ବର୍ଷମାନଙ୍କରେ ଯାତ୍ରା ମଞ୍ଚ ତଳେ ୫ ହଜାର ଚୌକି ପଡ଼ୁଥିଲା, ହେଲେ ଏଥରକ ତାହାର ଅଧା ଅର୍ଥାତ ଅଢେଇ ହଜାର ଚୌକି ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Khandagiri Mela | BMC has taken a tough decision, they will not be allowed to go to Khandagiri Mela | Argus News