Videos
|
Odisha

ଏଣିକି ରାଜଧାନୀରେ କୌଣସି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ତଣ୍ଡ

Smruti Parija
Browse all articles by Smruti Parija
·2 years ago·1 min read
ଏଣିକି ରାଜଧାନୀରେ କୌଣସି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଏଣିକି ରାଜଧାନୀରେ କୌଣସି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ତଣ୍ଡ । ହଜାର କି ଦୁଇ ହଜାର ନୁହେଁ ସିଧା ଦେବେ 50 ହଜାର ଟଙ୍କାର ଫାଇନ୍ । ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ ତତ୍ପର ହୋଇଛି ବିଏମସି । ଏନେଇ ଅନେକ କଠୋର ପଦକ୍ଷେପ ମଧ୍ୟ ନେଇଛି । ତେବେ ଭୁବନେଶ୍ବରରେ ଘର ଭଡ଼ାର ଚାହିଦା ଅନେକ ମାତ୍ରାରେ ରହିଥିବା ବେଳେ ଏହାକୁ ବ୍ୟବସାୟରେ ପରିଣତ କରିଥିବା କିଛି ବ୍ୟକ୍ତି ଏବଂ ସଂସ୍ଥା ବିଜ୍ଞାପନ ଆଳରେ ରାଜଧାନୀର କାନ୍ଥବାଡ଼ରେ ପୋଷ୍ଟର ମାରୁଛନ୍ତି । 

ଯାହା ରାଜଧାନୀକୁ ଅସୁନ୍ଦର କରୁଛି । ତେଣୁ ଏଣିକି କାନ୍ଥ, ବାଡ଼ କି ଇଲେକ୍ଟ୍ରି ଖୁଣ୍ଟରେ ଟୁ-ଲେଟ ଲେଖିଲେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବିଏମସି । ୫୦ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ । ଏ ପର୍ଯ୍ୟନ୍ତ ୩ ଜଣଙ୍କ ଠାରୁ ୫୦ ହଜାର ଲେଖାଏଁ ଦେଢ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ବିଏମସି । କେବଳ ଜରିମାନା ନୁହଁ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ଦେଇଛି ବିଏମସି ।

ରାଜଧାନୀରେ ଲେଡି ଲୁଟେରାଙ୍କ ଆତଙ୍କ, ଘରେ ପଶି ବୁଲାଉଛନ୍ତି କଳାକନା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: