ନଗଦ ନୁହେଁ ବାକିରେ ଚାଲିଛି ବିଏମସି !

Key Points
ବିଏମସି କର୍ପୋରେସନ ବୈଠକରେ ହୋହାଲ୍ଲା
ନଗଦ ନୁହେଁ ବାକିରେ ଚାଲିଛି ବିଏମସି !
ବିଏମସି ଟଙ୍କା ହେରଫେର କରୁଥିବା ଅଭିଯୋଗ
ବିଏମସି ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ୨୯ ନମ୍ବର ୱାର୍ଡ କର୍ପୋରେଟର ଜୀବନ ରାଉତ। ଜୀବନଙ୍କ ଅଭିଯୋଗ, ସହରୀ ବିକାଶ ଯୋଜନାରେ ଭୁବନେଶ୍ୱରକୁ ୩ଶହ କୋଟିର ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମାତ୍ର ପୂର୍ବ ସରକାର ସମୟରେ ହୋଇଥିବା ମୁକ୍ତା ଯୋଜନା, କଚ୍ଚାପକ୍କା ଯୋଜନା ଏବଂ ଜାଗା ମିଶନରେ ଲୋକଙ୍କୁ କାମ ଦେଇ ବାହା ବାହା ନେଇଥିବା ବିଏମସି କିନ୍ତୁ ବାକି ରଖିଛି କୋଟି କୋଟି ଟଙ୍କା।
ଆଉ ଏବେ ସହରୀ ବିକାଶ ଯୋଜନାରେ ମିଳିଥିବା ଅର୍ଥରାଶିକୁ କୌଣସି ନୂଆ ଯୋଜନାରେ ବିନିଯୋଗ ନକରି ବକେୟା ସୁଝୁଛି। ଯାହା ଗ୍ରହଣୀୟ ନୁହେଁ। ସେପଟେ କିନ୍ତୁ ମେୟର କହିଛନ୍ତି ସରକାର ଦେଇଥିବା ଅନୁଦାନ କିଭଳି ବିଏମସି ପାଣ୍ଠିକୁ ଆସିବ ସେନେଇ ଅଧିକ ଚିନ୍ତା କରୁଛୁ।
ଅନ୍ୟପଟେ ବିଏମସି ସରକାରୀ ଜାଗା ଉପରେ ବିଜ୍ଞାପନ ଲଗେଇବା ପାଇଁ ବିଭିନ୍ନ ସଂସ୍ଥା ଶହ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରାପ୍ୟ ଅର୍ଥ ସୁଧ ଶହ ଆଦାୟ କରିବା କଥା। ମାତ୍ର ଅନେକ ସଂସ୍ଥା ୩ ବର୍ଷ ପାଇଁ ବୋର୍ଡ-ଲଗାଇ ବିଏମ୍ସିକୁ ଲାଇସେନ୍ସ ଫି ନଦେଇ ବାକି ଖାତାରେ ଟଙ୍କା ଗଡୁଛି । ଏନେଇ ବିଏମସି କର୍ପୋରେସନ ବୈଠକରେ ହୋହାଲ୍ଲା ଦେଖିବାକୁ ମିଳିଛି । ସେପଟେ ମେୟର କହିଛନ୍ତି ଉକ୍ତ ସଂସ୍ଥା ଗୁଡିକ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।
ଏବେ ପ୍ରଶ୍ନ ଉଠୁଛି କାହିଁକି ସଂସ୍ଥାଗୁଡିକ ପ୍ରତି ଅହେତୁକ ଅନୁକମ୍ପା ଦେଖାଇ ଚାଲିଛନ୍ତି ବିଏମ୍ସି ଅଧିକାରୀ। କେବେ ଆଦାୟ ହେବ ବକେୟା ଟଙ୍କା ତା ଉପରେ ସମସ୍ତଙ୍କ ର ନଜର ।