BMC Review Meeting / ସରିଲା ଦୁର୍ଗାପୂଜା ପ୍ରସ୍ତୁତି ନେଇ BMCର ସମୀକ୍ଷା ବୈଠକ: ୩୫ଟି ନୂଆ ପାର୍କିଂ ସ୍ଥାନ ଫାଇନାଲ୍ କରିବ BMC
·1 hour ago·3 min read

Key Points
ସରିଲା ଦୁର୍ଗାପୂଜା ପ୍ରସ୍ତୁତି ନେଇ BMCର ସମୀକ୍ଷା ବୈଠକ
ପୂଜା ପୂର୍ବରୁ ୩୫ଟି ନୂଆ ପାର୍କିଂ ସ୍ଥାନ ଫାଇନାଲ୍ କରିବ BMC
୪-୫ଟି ସ୍ଥାନରେ ସ୍ମାର୍ଟ ପାର୍କିଂର ପାଇଲଟ୍ ପ୍ରକଳ୍ପ

ଆଉ ଦିନ କେଇଟା ପରେ ଦୁର୍ଗା ପୂଜା। ସରିଲା ଦୁର୍ଗାପୂଜା ପ୍ରସ୍ତୁତି ନେଇ BMCର ସମୀକ୍ଷା ବୈଠକ। ମେୟର ଓ ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ସହରର ବିଭିନ୍ନ ଦୁର୍ଗାପୂଜା କମିଟି ସହ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରେ ପ୍ରାୟ ୧୯୫ ଟି ମେଢ ହେବାକୁ ଥିବାବେଳେ, ପୂଜା ସମୟରେ ଲୋକଙ୍କ ସୁବିଧା, ଟ୍ରାଫିକ୍ ବ୍ୟବସ୍ଥା, ପରିମଳ ଓ ମୌଳିକ ସୁବିଧା ନେଇ ବୈଠକରେ ଆଲୋଚନା ହୋଇଛି। ବର୍ଷା ଋତୁ ଶେଷ ହେବା ପରେ ସହରର ବିଭିନ୍ନ ଅଞ୍ଚଳରେ ଗଛ ଡାଳ କାଟିବା ଓ ଟ୍ରି-ଟ୍ରିମିଂ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏହା ସହିତ BMC ଓ ୱାର୍କ୍ସ ଡିପାର୍ଟମେଣ୍ଟ ଅଧୀନରେ ଥିବା ରାସ୍ତାର ଖାଲଖମା ଓ ରୋଡ୍ ରିପେୟାର୍ କାମକୁ ପ୍ରାଥମିକତା ଦିଆଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ପୂଜା ମଣ୍ଡପ ନିକଟର ଅଧିକାଂଶ ଖାଲଖମା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି।''
ପୂଜାରେ ପ୍ଲାଷ୍ଟିକ୍ ବ୍ୟବହାର ନକରିବା, ବିଜ୍ଞାପନ ସମ୍ପର୍କିତ ନିୟମ ମାନିବା ଏବଂ ନିର୍ଦ୍ଦିଷ୍ଟ ଇମର୍ସନ୍ ପଣ୍ଡରେ ମେଢ ଭସାଣି କରିବା ନେଇ ପୂଜା କମିଟିଗୁଡ଼ିକୁ ସଚେତନ କରାଯାଇଛି। ପୂଜାରେ ବ୍ୟବହୃତ ଫୁଲକୁ BMCର ନିର୍ଦ୍ଦିଷ୍ଟ ଫ୍ଲାୱାର୍ କଲେକ୍ସନ୍ ଭେହିକିଲ୍ରେ ଦେବାକୁ ମଧ୍ୟ କୁହାଯାଇଛି। ପାର୍କିଂ ସମସ୍ୟାର ସମାଧାନ ପାଇଁ ସହରରେ ପ୍ରାୟ ୪୦ଟି ନୂଆ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଏହି ସ୍ଥାନଗୁଡ଼ିକୁ ଟେଣ୍ଡର ପ୍ରକ୍ରିୟାକୁ ନିଆଯାଇଥିବାବେଳେ ପୂଜା ପୂର୍ବରୁ ଏଗୁଡ଼ିକ କାର୍ଯ୍ୟକାରି ହେବ ।''ପୂଜା କମିଟିଗୁଡ଼ିକ ସହ ସମନ୍ୱୟ ପାଇଁ WhatsApp ଗ୍ରୁପ୍ ଗଠନ କରାଯାଇଛି। ZDC ଓ ସେହି ବିଭାଗର ଇଞ୍ଜିନିୟରମାନେ କମିଟିଗୁଡ଼ିକର ସମସ୍ୟା ନୋଟ୍ କରିଛନ୍ତି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଅଧିକାଂଶ ସମସ୍ୟାର ସମାଧାନ କରାଯିବ ବୋଲି BMC ପକ୍ଷରୁ କୁହାଯାଇଛି।''
.ତୋରଣର ସ୍ଥିରତା ଯାଞ୍ଚ ହେବ:
ଆଗକୁ ବର୍ଷା ଓ ପବନର ସମ୍ଭାବନାକୁ ଦୃଷ୍ଟିରେ ରଖି ପୂଜା ତୋରଣର ସୁରକ୍ଷା ଓ ସ୍ଥିରତା ଯାଞ୍ଚ କରାଯିବ। ବିଶେଷକରି ଅଧିକ ଟ୍ରାଫିକ୍ ଥିବା ସ୍ଥାନଗୁଡ଼ିକରେ BMC ଓ ୱାର୍କ୍ସ ଡିପାର୍ଟମେଣ୍ଟର ଇଞ୍ଜିନିୟରଙ୍କୁ ନେଇ ଟିମ୍ ଗଠନ କରି ତୋରଣର ଷ୍ଟାବିଲିଟି ଯାଞ୍ଚ କରାଯିବ। ପୂଜା ସରିବା ପରେ ୨ରୁ ୩ ଦିନ ମଧ୍ୟରେ ପ୍ୟାଣ୍ଡେଲ୍ ଓ ତୋରଣ ଖୋଲିବା ଆରମ୍ଭ କରିବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ। ଏହାଦ୍ୱାରା ରାସ୍ତା ଅବରୋଧ ଦୂର କରି ଟ୍ରାଫିକ୍ ଚଳାଚଳକୁ ଶୀଘ୍ର ସ୍ୱାଭାବିକ କରାଯିବ।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
.ପୂଜା ପୂର୍ବରୁ ୩୫ଟି ନୂଆ ପାର୍କିଂ ସ୍ଥାନ ଫାଇନାଲ୍ କରିବ BMC:
ଦୁର୍ଗାପୂଜା ସମୟରେ ରାଜଧାନୀରେ ଟ୍ରାଫିକ୍ ଓ ପାର୍କିଂ ସମସ୍ୟା ଦୂର କରିବାକୁ BMC ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପାର୍କିଂ ପାଇଁ ପ୍ରାୟ ୩୫ଟି ଲୋକେସନ୍ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ସ୍ଥାନରେ ପାର୍କିଂ କଲେ ସାଧାରଣ ଟ୍ରାଫିକ୍ ଚଳାଚଳରେ ବାଧା ସୃଷ୍ଟି ହେବ ନାହିଁ ଏବଂ ରାଜସ୍ୱ ମଧ୍ୟ ସଂଗ୍ରହ କରାଯାଇପାରିବ, ସେଭଳି ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି।''ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ୩୫ଟି ପାର୍କିଂ ଲୋକେସନ୍ର ଟେଣ୍ଡର ପ୍ରକ୍ରିୟା ଫାଇନାଲ୍ କରାଯିବ ବୋଲି BMC ପକ୍ଷରୁ କୁହାଯାଇଛି।ଏହା ସହିତ ସହରର ୪ରୁ ୫ଟି ସ୍ଥାନରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥାକୁ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରିବା ପାଇଁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୂଜା ପୂର୍ବରୁ ଏହାକୁ ମଧ୍ୟ ଫାଇନାଲ୍ କରାଯିବ।''
ଦୁର୍ଗାପୂଜା ସମୟରେ ବିଭିନ୍ନ ମଣ୍ଡପକୁ ବହୁ ସଂଖ୍ୟାରେ ଲୋକଙ୍କ ଆଗମନ ହେଉଥିବାରୁ କିଛି ନିର୍ଦ୍ଦିଷ୍ଟ ସମୟରେ ଟ୍ରାଫିକ୍ ଚାପ ବଢ଼ିଥାଏ। ଏହାକୁ ଦୃଷ୍ଟିରେ ରଖି କେଉଁ ସ୍ଥାନରେ ଗାଡ଼ି ପାର୍କିଂ କରାଯାଇପାରିବ, ସେନେଇ ଲୋକଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦିଆଯିବ। ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ଗାଡ଼ି ରଖି ଲୋକେ ପାଦରେ ଚାଲି ପୂଜା ମଣ୍ଡପକୁ ଯାଇ ନିରାପଦ ଓ ସୁବିଧାଜନକ ଭାବେ ପୂଜାର ମଜା ନେଇପାରିବେ। ଟ୍ରାଫିକ୍ ପରିଚାଳନା ସହ ସୁବ୍ୟବସ୍ଥିତ ପାର୍କିଂ ଉପରେ BMC ଗୁରୁତ୍ୱ ଦେଉଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories