Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMC / ଉଭୟ ବୁଲା ଓ ପୋଷା କୁକୁରଙ୍କର ଗଣନା କରିବ BMC , କୁକୁରଙ୍କ କାନରେ ଲାଗିବ ଟ୍ୟାଗ୍

Swoyang prajna Mishra
Browse all articles by Swoyang prajna Mishra
·10 months ago·2 min read
ଉଭୟ ବୁଲା ଓ ପୋଷା କୁକୁରଙ୍କର ଗଣନା କରିବ BMC , କୁକୁରଙ୍କ କାନରେ ଲାଗିବ ଟ୍ୟାଗ୍
Representational Image

Key Points

ରାଜଧାନୀରେ ବିଏମସି କରିବ କୁକୁର ଗଣନା  ଉଭୟ ବୁଲା ଓ ପୋଷା କୁକୁରଙ୍କର ଗଣନା କରିବ BMC କାନରେ ଲାଗିବ ଟ୍ୟାଗ

ଏଥର ବିଏମସି(BMC)ପାଖରେ ରହିବ ସମସ୍ତ କୁକୁରଙ୍କ ତଥ୍ୟ । ରାଜଧାନୀରେ ବିଏମସି କରିବ କୁକୁର ଗଣନା । ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ହେବ ଗଣନା, କାନରେ ଲାଗିବ ଟ୍ୟାଗ । ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ । ପୋଷା କୁକୁରର ମାଲିକ କିଏ ଓ ବୁଲା କୁକୁର କେଉଁଠୁ ଯାଇଛନ୍ତି ତାହାର ସମସ୍ତ ତଥ୍ୟ ଟ୍ୟାଗରେ ରହିବ । ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ ରେ ରହିବ । ଏହାଦ୍ଵାରା କୁକୁରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଣାପଡିବ , ତା ସହ ରାଜଧାନୀରେ କେତେ କୁକୁର ଅଛନ୍ତି ମଧ୍ୟ ଜଣାପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ତାହା ନଜରରେ ରହିବ । ୮୦ ହଜାରରୁ ଉର୍ଦ୍ଧ୍ଵ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳ ରେ ଅଛନ୍ତି । bmc ପାଖରେ ଘରେ ରଖୁଥିବା ପୋଷା କୁକୁର ଙ୍କ ତଥ୍ୟ ରହିପାରିବ । ଟ୍ୟାଗ୍ ଲାଗିଲେ ସହର ସୁନ୍ଦର ରହିବ କୁକୁର ସୁରକ୍ଷିତ ରହିବେ ବୋଲି କହିଛନ୍ତି bmc ମେୟର ।

ସେପଟେ ବୁଲା କୁକୁରକୁ ନେଇ ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଧରା ଯାଇ ସେଲ୍ଟର ହୋମ୍‌ରେ ରଖା ଯାଇଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଓ ଟୀକାକରଣ ପରେ ପୁଣି ଥରେ ସେହି ଅଞ୍ଚଳରେ ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପୂର୍ବରୁ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ଧରି ନେଇ ସେଲ୍ଟର ହୋମରେ ରଖିବା ପାଇଁ ଦେଇଥିବା ନିର୍ଦ୍ଦେଶନାମାରେ ସଂଶୋଧନ କରିଛନ୍ତି । ତେବେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ନେଇଥିବା ନିଷ୍ପତ୍ତିରେ କେତେକ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି, ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଇବାକୁ ଦେବା ଉପରେ ପ୍ରତିବନ୍ଧକ ରହିବ । ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବୁଲା କୁକୁରଙ୍କୁ ଖାଇବାକୁ ଦେବା ଲାଗି ଅଲଗା ଭାବେ ସ୍ଥାନ ଚିହ୍ନଟ କରାଯିବ । କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ହେବ । ତେବେ ରୋଗାକ୍ରାନ୍ତ ଏବଂ ହିଂସ୍ର କୁକୁରଙ୍କୁ ସେଲ୍ଟର ହୋମ୍‌ରେ ରଖିବା ଲାଗି କହିଛନ୍ତି ସୁପ୍ରିମକୋର୍ଟ । ଏ ନେଇ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar BMC to count both stray and pet dogs | Argus News