Videos
|
Odisha

OTET ପ୍ରଶ୍ନପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ

Ritu Das
Browse all articles by Ritu Das
·12 months ago·1 min read
OTET  ପ୍ରଶ୍ନପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ

Key Points

OTET ପ୍ରଶ୍ନପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ

ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଛି

OTET ପ୍ରଶ୍ନପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ପଦରୁ ନିହାରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ । OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ନିହାରଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସତ ସାମନାକୁ ଆସୁଛି। କ୍ରାଇମବ୍ରାଞ୍ଚ୍ ବି ଆର୍ଥିକ କାରବାର ସମ୍ବନ୍ଧୀୟ କିଛି ଦସ୍ତାବିଜ୍ ପାଇଛି।


ସେହି ଅନୁସାରେ ତଥ୍ୟ ହାସଲ କରି ତଦନ୍ତ ଜାରି ରଖିଛି ତଦନ୍ତକାରୀ ସଂସ୍ଥା । କେବେ ଉପସଭାପତି ନିହାର ରଞ୍ଜନ ମହାନ୍ତି ଓ ଅନ୍ୟ ଅଭିଯୁକଙ୍କୁ ରିମାଣ୍ଡରେ ଅଣାଯିବ ସେନେଇ କ୍ରାଇମ୍ ବ୍ରାଞ୍ଚ କିଛି ସ୍ପଷ୍ଟ କରିନଥିଲେ ବି ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
board-vice-president-nihar-ranjan-mohanty-arrested-in-otet-question-paper-case-suspended | Argus News