ଡଙ୍ଗାବୁଡି ଘଟଣା, ଦୁଇ ନାବାଳକଙ୍କ ମିଳୁନି ପତ୍ତା
·1 year ago·1 min read

ଅର୍ଗସ ବ୍ୟୁରୋ: କୋରାପୁଟ ଜଳାପୁଟ ଜଳଭଣ୍ଡାରରେ ଡଙ୍ଗାବୁଡି ଘଟଣା । ୪୮ ଘଣ୍ଟା ପରେ ବି ଦୁଇ ନାବାଳକଙ୍କ ମିଳୁନି ପତ୍ତା । ନନ୍ଦପୁର ଅଗ୍ନିଶମ ଓ କୋରାପୁଟ ଓଡ୍ରାଫ୍ର ମିଳିତ ଅପରେସନ୍ ଜାରି ରହିଛି । ଜଳାପୁଟ ଗାଁର ତିନି ନାବାଳକ ଜଳଭଣ୍ଡାର ଭିତରକୁ ଯାଇଥିବା ବେଳେ ବୁଡି ଯାଇଥିଲା ଦେଶୀ ଡଙ୍ଗା । ଜଳଭଣ୍ଡାରର ଗଭୀର ପ୍ରାୟ ୪୦ଫୁଟ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ନନ୍ଦପୁର ପୋଲିସ, ତହସିଲଦାର ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି l
ଏବଂ ନାବାଳକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ତିନି ଜଣ ନାବାଳକ ମୋବାଇଲରେ ରିଲସ୍ ବନାଇବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝିକୁ ଚାଲିଯାଇଥିଲେ l ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା l ଜଣେ ନାବାଳକ ପହଁରି ଆସି ଉଦ୍ଧାର ହୋଇଯାଇଥିବାବେଳେ ଦୁଇ ନାବାଳକଙ୍କ ଏଯାଏଁ ମିଳୁନି ପତ୍ତା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: