Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାରିବା ଭୟରେ ବାଉଳି ହେଲେଣି ବବି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ହାରିବା ଭୟରେ ବାଉଳି ହେଲେଣି ବବି

Key Points

  • ହାରିବା ଭୟରେ ବାଉଳି ହେଲେଣି ବବି
  • ମାଇକ୍‌ ଧରିଲେ ଭୁଲଭାଲ କଥା କୁହନ୍ତି
  • ସୋସିଆଲ ମିଡିଆରେ ଭୟଙ୍କର ଟ୍ରୋଲ

ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳି ଅଧିକ ହେଉଛନ୍ତି । ସମ୍ବଲପୁରରୁ ବିଜେଡି ସାଂସଦ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରାର୍ଥୀ ହେବା ପରେ ସେ ଆସନରୁ ବିଜୟ ହେବା ତାଙ୍କ ଲାଗି ସ୍ଵପ୍ନ ଏ କଥା ସେ ବି ଜାଣିଛନ୍ତି । ହେଲେ ବି ମଂଚରେ ବଡ଼ ବଡ଼ ଭାଷଣ ଦେଉଛନ୍ତି ।

ବିଜେଡିର ଗୋଷ୍ଠୀ କନ୍ଦଳ ଓ ନେତୃତ୍ଵ ସଂକଟ ହିଁ ସେ ଦଳକୁ ହରାଇ ଦେବ । କାରଣ ଏବେ ଦଳରେ କେବଳ ଜଣିଏ ନେତା ଦେଖାଯାଉଛନ୍ତି । ସବୁଆଡ଼େ ଯାଇ ପ୍ରଚାର କରୁଛନ୍ତି...ଇଏ ସେଇୟା କଲେନି, ସିଏ ଏଇୟା କଲେନି ବୋଲି କହୁଛନ୍ତି । ହେଲେ ନିଜେ ସେ କଣ କରୁଛନ୍ତି ? ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି କି ନାହିଁ ସେନେଇ ଆଦୌ ମୁହଁ ଖୋଲୁନାହାନ୍ତି । କେତେବେଳେ ଯଦି କହୁଛନ୍ତି, ତାହାଲେ କେବଳ ମିଛ...ମିଛ ଆଉ ମିଛ । ସିଏ ତ ଯାହା କହୁଥିଲେ କହୁଥିଲେ ହେଲେ ଭରା ସଭାରେ ବବି ଯେମିତି ନବୀନଙ୍କୁ ବେଜିତ କରିଦେଲେ, ମିଛୁଆ  ସଜାଇ ଦେଲେ । ତାହାକୁ ନେଇ ଏବେ ତୀବ୍ର ଅସନ୍ତୋଷ ଦେଖାଗଲାଣି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡିକୁ ଏବେ ଘାଇଲା କରୁଛନ୍ତି ବିଜେପି ନେତା । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ହେଉ କି ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପ୍ରସଙ୍ଗ ହେଉ କି ରଥଯାତ୍ରା ବନ୍ଦ କରିବା ପ୍ରସଙ୍ଗ ହେଉ । ବିଜେଡିକୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିଜେପି ନେତା । ଆଉ ସତ ସବୁ ପଦାରେ ପଡୁଥିବାରୁ ଏବେ କଣ କରିବେ ? କେମିତି ମୁକାବିଲା କରିବେ ସେନେଇ ବୁଦ୍ଧିବାଟ ପାଉନାହାନ୍ତି ବିଜେଡି ନେତା । ଯେଉଁଥି ଲାଗି ମଂଚରେ ଏମିତି ବାଉଳା ହେଉଛନ୍ତି ନେତା ବୋଲି ଲେକେ କହିଲେଣି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Bobb Das | Argus News